ନୂଆଦିଲ୍ଲୀ: ଭାରତରେ ହେଉଥିବା ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଲଗାତାର ପଦକ୍ଷେପ ନେଉଛନ୍ତି। ବିଶ୍ୱର କେବଳ ଏକ ପ୍ରତିଶତ ଗାଡି ଭାରତରେ ଥିବାବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା(୧୦ ପ୍ରତିଶତ) ଭାରତରେ ଘଟିଥାଏ | ସଡକ ସୁରକ୍ଷା ଉପରେ ବିଶ୍ୱ ବ୍ୟାଙ୍କର ରିପୋର୍ଟରେ କିଛି ଏଭଳି ସୂଚନା ଦିଆଯାଇଛି | ବିଶ୍ବବ୍ୟାଙ୍କର ଦକ୍ଷିଣ ଏସିଆ ଉପାଧ୍ୟକ୍ଷ ହାର୍ଟୱିଗ୍ ଶାଫର୍ କହିଛନ୍ତି ଯେ,' ନିକଟ ଅତୀତରେ ସଡକ ସୁରକ୍ଷା ପାଇଁ ଭାରତ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବିଶ୍ୱର କେବଳ ଏକ ପ୍ରତିଶତ ଗାଡି ଭାରତରେ ଥିବାବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା(୧୦ ପ୍ରତିଶତ) ଭାରତରେ ଘଟିଥାଏ | ଆମକୁ ଏହି ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ''

Advertisment

ହର୍ଟୱିଗ୍ କହିଛନ୍ତି ଯେ, 'ଡାକ୍ତରଖାନାରେ ଯେକୌଣସି ସମୟରେ ୧୦ ପ୍ରତିଶତ ଦୁର୍ଘଟଣାରେ ଆହତ ବ୍ୟକ୍ତି ଚିକିତ୍ସା ପାଇଁ ଆସୁଛନ୍ତି | ଯେତେବେଳେ ଆମେ ରାଜପଥ ନିର୍ମାଣ ପାଇଁ ଯୋଜନା କରୁଛୁ, ସେତେବେଳେ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ଯେଭଳି ଏକ ଘଣ୍ଟା ମଧ୍ୟରେ ଚିକିତ୍ସା ସେବା ପାଇବେ। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଏହି ଏକ ଘଣ୍ଟା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ' |

ବିଶ୍ୱ ବ୍ୟାଙ୍କର ସଡ଼କ ଦୁର୍ଘଟଣା ରିପୋର୍ଟ ଅନୁଯାୟୀ, ୨୦୧୯ ରେ ଭାରତରେ ୪୪୯,୦୦୨ ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧,୫୧,୧୧୩ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୪,୫୧,୩୬୧ ଜଣ ଆହତ ହୋଇଥିଲେ । ଗତ ମାସରେ ଗଡ଼କରୀ କହିଥିଲେ ଯେ ଭାରତରେ ସଡକ ଦୁର୍ଘଟଣାରେ ପ୍ରତିଦିନ ୪୧୫ ଜଣ ଲୋକଙ୍କର ମୃତ୍ୟୁ ହେଉଥିବାବେଳେ ସଡକ ଦୁର୍ଘଟଣାରେ ୭୦% ମୃତ୍ୟୁ ୧୮ ରୁ ୪୫ ବର୍ଷ ବୟସ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥାଏ |