ବିହାର ନାଳନ୍ଦା ଜିଲ୍ଲାର ଛୋଟି ପାହାଡ଼ିରେ ବିଷାକ୍ତ ମଦ ପିଇ ୧୦ ମୃତ

ପାଟନା : ବିହାର ନାଳନ୍ଦା ଜିଲ୍ଲାର ଛୋଟି ପାହାଡ଼ିରେ ବିଷାକ୍ତ ମଦ ପିଇ ୧୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ବିହାରରେ ଆଇନ ଅନୁଯାୟୀ ମଦ ଉତ୍ପାଦନ, ଆମଦାନି ଏବଂ ବିକ୍ରୟକୁ ନିଷିଦ୍ଧ କରାଯାଇଥିବା ବେଳେ ଏଭଳି ମୃତ୍ୟୁ ଆଲୋଡ଼ନ ସୃଷ୍ଟି କରିଛି। ସ୍ଥାନୀୟ ବାସିନ୍ଦାଙ୍କ ସୂଚନାନୁଯାୟୀ, ଶୁକ୍ରବାର ଦିନ ମୃତ ଲୋକମାନେ ଦେଶୀ ମଦ ପିଇବା ପରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ ଭାଗୋ ମିସ୍ତ୍ରୀ (୫୫), ମୁନ୍ନା ମିସ୍ତ୍ରୀ (୫୫), କାଳୀ ଚରଣ (୫୨), ଧର୍ମେନ୍ଦ୍ର ମହାତୋ ଓରଫ ନାଗେଶ୍ୱର (୫୦), ଅର୍ଜୁନ ପଣ୍ଡିତ (୫୦), ରାଜେଶ କୁମାର (୪୨), ରାମ ରୂପ ଚୌହାନ (୪୫), ଅଶୋକ ଶର୍ମା ଏବଂ ଶିବଜୀ ଚୌହାନ। ସମ୍ପର୍କୀୟମାନେ କହିଛନ୍ତି, ଦେଶୀ ମଦ ପିଇ ସେମାନଙ୍କର ମୃତ୍ୟୁ ହୋଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

ସମ୍ବନ୍ଧିତ ଖବର