ନିଶାମୁକ୍ତ ଭାରତ ଯୋଜନାରେ ଓଡ଼ିଶାର ୧୦ ଜିଲ୍ଲା ସାମିଲ

ନୂଆଦିଲ୍ଲୀ : ନିଶାମୁକ୍ତ ଭାରତ ଯୋଜନାରେ ଓଡ଼ିଶାର ୧୦ଟି ଜିଲ୍ଲାକୁ ସାମିଲ କରାଯାଇଛି। ଏହି ଯୋଜନାରେ ସାମିଲ ହୋଇଥିବା ରାଜ୍ୟର ଜିଲ୍ଲାଗୁଡ଼ିକ ହେଲା କଟକ, ମାଲକାନଗିରି, ଅନୁଗୁଳ, ବୌଦ୍ଧ, ଦେବଗଡ଼, ଗଜପତି, କନ୍ଧମାଳ, ପୁରୀ, ରାୟଗଡ଼ା ଓ ସମ୍ବଲପୁର। ଦେଶର ୨୭୨ଟି ଅତ୍ୟନ୍ତ ନିଶାଗ୍ରସ୍ତ ଜିଲ୍ଲାମାନଙ୍କର ବାର୍ଷିକ କାର୍ଯ୍ୟଯୋଜନା (୨୦୨୦-୨୧) ଅନ୍ତର୍ଗତ ନିଶାମୁକ୍ତ ଭାରତ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କଟାରିଆ ଆଜି ଇଣ୍ଟରନ୍ୟାସନାଲ ଡେ ‌ଏଗ୍ନେଷ୍ଟ ଡ୍ରଗ୍ ଆବ୍ୟୁଜ୍‌ ଆଣ୍ଡ ଇଲିସିଟ୍ ଟ୍ରାଫିକିଂ ଅବସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିରେ ଓଡ଼ିଶାର ଉପରୋକ୍ତ ୧୦ ଜିଲ୍ଲାକୁ ସାମିଲ କରାଯାଇଛି। ୨୭୨ଟି ଜିଲ୍ଲାରେ ତ୍ବରାନ୍ବିତ ହେବାକୁ ଥିବା ନିଶାମୁକ୍ତ ଭାରତ ଯୋଜନାରେ ନାର୍‌କୋଟିକ୍‌ ବ୍ୟୁରୋର ଆଉଟ୍‌ରିଚ୍‌ ପଦକ୍ଷେପ ସାମାଜିକ ନ୍ୟାୟ ମନ୍ତ୍ରାଳୟର ସଚେତନତା କାର୍ଯ୍ୟକ୍ରମ ଓ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗର ଭାଗିଦାରୀ ରହିବ। ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ମନ୍ତ୍ରାଳୟ ଦ୍ବାରା ଇଣ୍ଟରଭେନସନ କାର୍ଯ୍ୟକ୍ରମ ହାତକୁ ନିଆଯିବ।

ସମ୍ବନ୍ଧିତ ଖବର