କର୍ଣ୍ଣାଟକ ପରେ ଗୋଆରେ ରାଜନୈତିକ ନାଟକ, ୧୦ କଂଗ୍ରେସ ବିଧାୟକଙ୍କ ଇସ୍ତଫା, ବିଜେପିରେ ମିଶିବା ସମ୍ଭାବନା

ପାନାଜୀ : କର୍ଣ୍ଣାଟକରେ ରାଜନୈତିକ ନାଟକର ଅବସାନ ନ ହେଉଣୁ ଗୋଆରେ ଏକ ରାଜନୈତିକ ନାଟକ ଆରମ୍ଭ ହୋଇଯାଇଛି । ଆଜି ଗୋଆର କଂଗ୍ରେସ ବିଧାୟକ ଦଳ ନେତା ଚନ୍ଦ୍ରକାନ୍ତ କାବଲେକରଙ୍କ ସମେତ ମୋଟ ୧୦ ଜଣ କଂଗ୍ରେସରୁ ଇସ୍ତଫା ଦେଇ ଶାସକ ବିଜେପିରେ ମିଶିବାକୁ ଘୋଷଣା କରିଛନ୍ତି । ସେମାନେ ବାଚସ୍ପତି ରଜେଶ ପତନେକରଙ୍କୁ ଭେଟି ନିଜର ଏହି ନିଷ୍ପତ୍ତି ଜଣାଇଛନ୍ତି । ସେମାନଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ଉପ-ବାଚସ୍ପତି ମାଇକେଲ ଲୋବୋ କହିଛନ୍ତି । ୧୦ ବିଧାୟକ ଇସ୍ତଫା ଦେବା ପରେ ଗୋଆ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୫କୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର