ତେଲେଙ୍ଗାନା ଡାକ୍ତରଙ୍କୁ ନ୍ୟାୟ ପାଇଁ ଆବେଦନ, ସ୍ବାକ୍ଷର କଲେ ୧୫ ଲକ୍ଷରୁ ଅଧିକ ଲୋକ

ନୂଆଦିଲ୍ଲୀ: ତେଲେଙ୍ଗାନା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଡାକ୍ତରଙ୍କୁ ନ୍ୟାୟ ଦେବା ଦାବିରେ ଏବେ ୧୫ ଲକ୍ଷରୁ ଅଧିକ ଲୋକ ଆବେଦନରେ ସ୍ବାକ୍ଷର କରିଛନ୍ତି । ଗତ ନଭେମ୍ବର ୨୯ ତାରିଖରୁ ଆବେଦନରେ ସ୍ବାକ୍ଷର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷରୁ ଅଧିକ ଲୋକ ଆବେଦନରେ ସ୍ବାକ୍ଷର କରିଥିଲେ। ମୁମ୍ବାଇର ଶା‌ନ୍ତନୁ କୋପାଡ଼େ ନାମକ ଜଣେ ପ୍ରାଣୀ ଡାକ୍ତରଙ୍କ ଦ୍ବାରା ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ମାତ୍ର ୪ ଦିନ ମଧ୍ୟରେ ସାଧାରଣ ନାଗରିକଙ୍କ ଦ୍ବାରା ଏଭଳି ଜଘନ୍ୟ କାଣ୍ଡ ବିରୋଧରେ ସ୍ବର ଉତ୍ତୋଳନ ପାଇଁ ୫୦୦ରୁ ଅଧିକ ପିଟିସନ୍‌ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର