ନୂଆଦିଲ୍ଲୀ: ଇସ୍‌ଲାମିକ୍‌ ଷ୍ଟେଟ୍‌ର ଲଢୁଆ ଏବଂ ସେମାନଙ୍କର ପରିବାରଙ୍କ ସମେତ ଗତ ଦୁଇ ସପ୍ତାହ ମଧ୍ୟରେ ଆଫଗାନ ନିରାପତ୍ତା ବଳଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ପ୍ରାୟ ୯୦୦ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ୧୦ ଜଣ ଭାରତୀୟ। ବାକି ଲୋକମାନଙ୍କ ମଧ୍ୟରେ ଅନେକେ ହେଉଛନ୍ତି ପାକିସ୍ତାନୀ। ଏ ସଂକ୍ରାନ୍ତରେ ଖବର ରଖୁଥିବା ଲୋକମାନେ ରବିବାର ଦିନ ଏ କଥା କହିଛନ୍ତି।

Advertisment

ଆଫଗାନିସ୍ତାନ ପ୍ରାଚ୍ୟ ନଗରି ନଙ୍ଗରହାରରେ ଆତ୍ମସମର୍ପଣ ପ୍ରକ୍ରିୟା ଚାଲିଛି। ସେଠାରେ ଆଫଗାନ ଜାତୀୟ ନିରାପତ୍ତା ବଳ ଆଇଏସ୍‌ ବିରୋଧରେ ତଲାସ ଚଳାଇଛି। ନଭେମ୍ବର ୧୨ ତାରିଖରେ ତଲାସ ଅଭିଯାନ ଆରମ୍ଭ ହେବାର କିଛି ସମୟ ପରେ ୧୩ ଜଣ ପାକିସ୍ତାନୀଙ୍କ ସମେତ ସମୁଦାୟ ୯୩ ଜଣ ଆଇଏସ୍‌ ସଦସ୍ୟ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଥିଲେ।

publive-image Image Source: Hindustan Times

ଆତ୍ମସମର୍ପଣ କରିଥିବା ୧୦ ଜଣ ଭାରତୀୟ ମହିଳା ଓ ଶିଶୁ ହେଉଛନ୍ତି ଭାରତୀୟ ଲଢୁଆମାନଙ୍କର ପରିବାରର ଓ ସେମାନଙ୍କ ଘର କେରଳରେ। ସେ ୧୦ ଜଣଙ୍କୁ କାବୁଲକୁ ସ୍ଥାନାନ୍ତର କରାଯାଇଛି। ୨୦୧୬ରୁ ପ୍ରାୟ ଡଜନାଧିକ ଲୋକ ଆଇଏସ୍‌ରେ ଯୋଗଦେବାକୁ କେରଳରୁ ଯାଇଥିଲେ। ଆତ୍ମସମର୍ପଣ କରିଥିବା ବ୍ୟକ୍ତିମାନଙ୍କ ପୂର୍ଣ୍ଣ ବିବରଣୀ ସଂଗ୍ରହ କରୁଛନ୍ତି ଆଫଗାନ ଗୁଇନ୍ଦା ଏଜେନ୍‌ସି।