ଅହମଦାବାଦ ଯାଉଥିବା ବସ୍‌ ମଧ୍ୟପ୍ରଦେଶରେ ଟ୍ରକ୍‌ ସହ ଧକ୍କା ଖାଇବାରୁ ୧୦ ମୃତ, ୪୭ ଆହତ

ଗୁଣା: ସୋମବାର ପ୍ରତ୍ୟୁଷରେ ଗୁଣା ଜିଲ୍ଲାରେ ଠିଆ ହୋଇଥିବା ଏକ ଟ୍ରକ୍‌ ସହ ଏକ ବସ୍‌ ଧକ୍କା ଖାଇବାରୁ ଗୋଟିଏ କୋଳଛୁଆ ସମେତ ୧୦ ଜଣ ଲୋକଙ୍କ ମୃତ୍ୟୁ ହେବା ସହ ଅନ୍ୟ ୪୭ ଜଣ ଆହତ ହୋଇଥିବା କଥା ପୁଲିସ କହୁଛି।

ଘରୋଇ ବସ୍‌ଟି ଉତ୍ତର ପ୍ରଦେଶର ବନ୍ଦାରୁ ଗୁଜରାଟର ଅହମଦାବାଦ ଯାଉଥିବା ବେଳେ ଭୋର୍‌ ସାଢ଼େ ଚାରିଟା ସମୟରେ ରୁଥିଆଇ ସହର ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା ଖାଇଥିବା କଥା ଗୁଣା ଥାନା ପୁଲିସ କହିଛି।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରକ୍‌ଟି ରାସ୍ତା ଉପରେ ଅଟକି ରହିଥିଲା।

ମୃତ ଲୋକଙ୍କ ମଧ୍ୟରେ ୯ ଜଣ ପୁରୁଷ ଥିବା ବେଳେ ଏକ ୬ ମାସିଆ ଝିଅ ଥିଲା।

ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଆହତ ଯାତ୍ରୀମାନଙ୍କ ମଧ୍ୟରୁ ତିନି ଜଣଙ୍କର ଅବସ୍ଥା ସାଙ୍ଘାତିକ ବୋଲି କୁହାଯାଉଛି।

ଦୁର୍ଘଟଣା ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର