ଶିମ୍‌ଲା ସଡ଼କରୁ ଗାଡ଼ି ଖସି ପଡ଼ିବାରୁ ୧୦ ମୃତ; ୩ ଆହତ

ଶିମ୍‌ଲା: ଶନିବାର ଦିନ ହିମାଚଳ ପ୍ରଦେଶର ଶିମ୍‌ଲା ଠାରେ ଏକ ଗାଡ଼ି ସଡ଼କରୁ ଖସି ପଡ଼ିବାରୁ ୪ ଜଣ ମହିଳାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ ଆହତ ହୋଇଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।

କୁଡ୍ଡୁ ଠାରୁ ୩ କିଲୋମିଟର ଦୂର ତିୟୁନି ରୋଡ୍‌ର ସ୍ନେଲ୍‌ ଠାରେ ଏହି ଦୁର୍ଘଟନା ଘଟିଛି।

ଗୋଟିଏ ପିଲା ସମେତ ଆହତ ୩ ଜଣଙ୍କୁ ରୋହରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ଶିମ୍‌ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଓମାପତି ଜମ୍‌ଓ୍ଵାଲ୍‌ କହିଛନ୍ତି।

ଜୁବ୍ଦାଲ୍‌ ଷ୍ଟେସନ୍‌ ହାଉସ୍‌ ଅଫିସର୍‌ ଏବଂ ସ୍ୱରା ପୁଲିସ ପୋଷ୍ଟ ଇନ୍‌-ଚାର୍ଜଙ୍କ ନେତୃତ୍ୱରେ ଦଳେ ପୁଲିସ ଦୁର୍ଘଟନାସ୍ଥଳକୁ ଯାଇଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର