ମୋରାଦାବାଦ: ଶନିବାର ଦିନ ଆଗ୍ରା-ମୋରାଦାବାଦ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାୟ ୧୦ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘନ କୁହୁଡ଼ି ମଧ୍ୟରେ ଗୋଟିଏ ବସ୍ ଓ ଟ୍ରକ୍ ପରସ୍ପର ସହ ଧକ୍କା ଖାଇବା ସହ ଅନ୍ୟ ଏକ ଗାଡ଼ି ଆସି ସେମାନଙ୍କ ସହ ଧକ୍କା ଖାଇବାରୁ ଆଜି ବଡ଼ି ସକାଳେଏହି ଦୁର୍ଘଟଣା ଘଟିଛି।
Image Courtesy of India Todayମୋରାଦାବାଦ ଏସ୍ଏସ୍ପି ପ୍ରଭାକର ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି, ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଘଟଣାସ୍ଥଳରେ ଫୋରେନ୍ସିକ୍ ଟିମ୍ ପହଞ୍ଚିଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ ଏହା ‘ଓଭର୍ଟେକିଙ୍ଗ୍’ଜନିତ ଦୁର୍ଘଟଣା।
Image Courtesy of News18ଦୁର୍ଘଟଣାଟି ମୋରାଦାବାଦର କୁନ୍ଦାର୍କି ଥାନା ଅନ୍ତର୍ଗତ ନାନପୁର ନିକଟରେ ଘଟିଛି।
ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି। ସେହିଭଳି, ଆହତମାନଙ୍କୁ ମଧ୍ୟ ୫୦ ହଜାର ଟଙ୍କାର ଲେଖାଏଁ ସହାୟତା ଦିଆଯିବ। ଆହତମାନଙ୍କୁ ସବୁ ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Ten-Killed-in-Accident_Thumbnail_2.jpg)