ମୋରାଦାବାଦ: ଶନିବାର ଦିନ ଆଗ୍ରା-ମୋରାଦାବାଦ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାୟ ୧୦ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘନ କୁହୁଡ଼ି ମଧ୍ୟରେ ଗୋଟିଏ ବସ୍ ଓ ଟ୍ରକ୍ ପରସ୍ପର ସହ ଧକ୍କା ଖାଇବା ସହ ଅନ୍ୟ ଏକ ଗାଡ଼ି ଆସି ସେମାନଙ୍କ ସହ ଧକ୍କା ଖାଇବାରୁ ଆଜି ବଡ଼ି ସକାଳେଏହି ଦୁର୍ଘଟଣା ଘଟିଛି।
/sambad/media/post_attachments/wp-content/uploads/2021/01/crash-2.jpg)
ମୋରାଦାବାଦ ଏସ୍ଏସ୍ପି ପ୍ରଭାକର ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି, ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଘଟଣାସ୍ଥଳରେ ଫୋରେନ୍ସିକ୍ ଟିମ୍ ପହଞ୍ଚିଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ ଏହା ‘ଓଭର୍ଟେକିଙ୍ଗ୍’ଜନିତ ଦୁର୍ଘଟଣା।
/sambad/media/post_attachments/wp-content/uploads/2021/01/crash1-1.jpg)
ଦୁର୍ଘଟଣାଟି ମୋରାଦାବାଦର କୁନ୍ଦାର୍କି ଥାନା ଅନ୍ତର୍ଗତ ନାନପୁର ନିକଟରେ ଘଟିଛି।
ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି। ସେହିଭଳି, ଆହତମାନଙ୍କୁ ମଧ୍ୟ ୫୦ ହଜାର ଟଙ୍କାର ଲେଖାଏଁ ସହାୟତା ଦିଆଯିବ। ଆହତମାନଙ୍କୁ ସବୁ ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।