ପ୍ରୟାଗରାଜ୍: ମହାକୁମ୍ଭରେ ପ୍ରଥମ ଦଳାଚକଟା, ପରେ ଅଗ୍ନିକାଣ୍ଠ ଆଉ ଏବେ ଆସିଛି ଆକ୍ରମଣର ଖବର । କିନ୍ନର ଆଖାଡାର ମହାମଣ୍ଡଳେଶ୍ବର କଲ୍ୟାଣୀ ନନ୍ଦ ଗିରିଙ୍କ ଉପରେ ଛୁରାମାଡ ଅଭିଯୋଗ ହୋଇଛି । ଦୁବୁର୍ତ୍ତଙ୍କ ନିକଟରୁ ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୪ଜଣ ଶିଷ୍ୟ ଗମ୍ଭୀର ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ କିନ୍ନର ଆଖାଡାର ମହାମଣ୍ଡଳେଶ୍ବର ସଦସ୍ୟମାନେ ଶିବିରକୁ ଫେରିବା ସମୟରେ ୬ରୁ ଅଧିକ ଯୁବକ ଆର୍ଶୀବାଦ ନେବାକୁ ପହଁଚିଥଲେ । ବାହାନା କରି କଲ୍ୟାଣୀ ନନ୍ଦଙ୍କ ନିକଟକୁ ଆସି ପ୍ରଥମେ ବଚାସା ଓ ପରେ ଛୁରାମାଡ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।ସମସ୍ତଙ୍କୁ ପ୍ରୟାଗରାଜ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଆକ୍ରମଣର କାରଣ ସ୍ପଷ୍ଟ ହୋଇନି, ଘଟଣାସ୍ଥଳରେ ପହଁଚି ପୁଲିସ ତନାଘନା କରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/15/RaI5huLVeUhVTgBtgSbv.jpg)