କୁପୋଷଣ ଯୋଗୁଁ ୧୦ ଲକ୍ଷ ଆଫଗାନ ଶିଶୁ ମୃତ୍ୟୁ ଅପେକ୍ଷାରେ

ଜେନେଭା  : ଆଫଗାନିସ୍ତାନରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଶିଶୁ କୁପୋଷଣ ଯୋଗୁଁ ମୃତ୍ୟୁ ଅପେକ୍ଷାରେ ଅଛନ୍ତି। ପ୍ରାୟ ୩.୨ ନିୟୁତ ଶିଶୁ ଚଳିତ ବର୍ଷ ଶେଷ ସୁଦ୍ଧା ଭୟାନକ କୁପୋଷଣର ଶିକାର ହୋଇପାରନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖପାତ୍ର କହିଛନ୍ତି। ଆଫଗାନିସ୍ତାନକୁ ଅନାହାର କବଳିତ କରିନେଇଛି। ଦେଶର ସଂଖ୍ୟାଧିକ ଶିଶୁ ଏବଂ ବୃଦ୍ଧ ବିପଦରେ ରହିଥିବା ବେଳେ ଏଥିପ୍ରତି ତାଲିବାନ କର୍ଣ୍ଣପାତ କରୁନାହିଁ।

ରାତିବେଳା ତାପମାତ୍ରା ଶୂନ ତଳକୁ ଖସି ଯାଉଥିବାରୁ ବୟସ୍କ ଏବଂ ଶିଶୁମାନେ ବିଭିନ୍ନ ‌ରୋଗର ଶିକାର ହୋଇଛନ୍ତି। ଏଭଳି ସ୍ଥିତିରେ କୂପୋଷଣର ଶିକାର ହୋଇଥିବା ୧୦ ଲକ୍ଷ ଶିଶୁଙ୍କ ମୃତ୍ୟୁ ହୋଇଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଦେଶରେ ମିଳିମିଳା ବୃଦ୍ଧି ପାଉଛି। ଦେଶରେ ସ୍ବାସ୍ଥ୍ୟକ୍ଷେତ୍ର ଅତି ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଦରମା ନପାଇବାରୁ ସ୍ବାସ୍ଥ୍ୟ କର୍ମୀମାନେ ଚାକିରି ଛାଡ଼ି ପଳାଇଛନ୍ତି।

ସମ୍ବନ୍ଧିତ ଖବର