ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କରୋନା ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିଯାଇଛି। ଆମେରିକା, ଭାରତ, ବ୍ରାଜିଲ୍ରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି। ୫୪୦୦ରୁ ଅଧିକ ଲୋକ ପ୍ରତିଦିନ କରୋନାରେ ପ୍ରାଣ ହରାଉଛନ୍ତି। ଏହାର ଅର୍ଥ ପ୍ରତି ଘଣ୍ଟାରେ ୨୨୬ ଜଣଙ୍କ ଜୀବନ ଯାଉଛି ଏବଂ ପ୍ରତି ୧୬ ସେକେଣ୍ଡ୍ରେ ଜଣଙ୍କ ଜୀବନ ଯାଉଛି। ଇତିମଧ୍ୟରେ ବିଶ୍ବରେ ମୋଟ୍ ସଂକ୍ରମଣ ୩ କୋଟି ୩୬ ଲକ୍ଷ ଟପିଥିବା ବେଳେ ଭାରତରେ ସଂକ୍ରମଣ ମାମଲା ୬୧ ଲକ୍ଷ ରହିଛି। ଆମେରିକା ପରେ ଭାରତ ଦ୍ବିତୀୟ କରୋନା ପ୍ରଭାବିତ ରାଷ୍ଟ୍ର। ଆମେରିକାରେ ସର୍ବାଧିକ ୨ ଲକ୍ଷ ୫ ହଜାର ୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଭାରତରେ ୯୬ ହଜାର ୩୧୮ ଏବଂ ବ୍ରାଜିଲ୍ରେ ୧ ଲକ୍ଷ ୪୨ ହଜାର ୫୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କଲମ୍ବିଆରେ ୮ ଲକ୍ଷ ୧୮ ହଜାର ୨୦୩ ମାମଲା ଥିବାବେଳେ ୨୫ ହଜାର ୬୪୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଭାରତରେ ଆରୋଗ୍ୟ ହର ବୃଦ୍ଧି ପାଇ ୮୩ ପ୍ରତିଶତ ଅତିକ୍ରମ କରିଛି।
ବିଶ୍ବରେ କରୋନା ମୃତ୍ୟୁ ୧୦ ଲକ୍ଷ ଟପିଲା
/sambad/media/post_attachments/wp-content/uploads/2020/08/corona-dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)