ଅର୍ଥନୈତିକ ମାନ୍ଦାବସ୍ଥା ସଜାଡ଼ିବାକୁ ୧୦ ଲକ୍ଷ କୋଟିର ପ୍ୟାକେଜ୍‌

ସଡ଼କ ପ୍ରକଳ୍ପ ପାଇଁ ୭ ଲକ୍ଷ କୋଟି, ବ୍ୟାଙ୍କଗୁଡ଼ିକ ପାଇଁ ୨.୧୧ ଲକ୍ଷ କୋଟି

ନୂଆଦିଲ୍ଲୀ: ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିବା ଭାରତୀୟ ଅର୍ଥନୀତିରେ ସୁଧାର ଆଣିବା ଲାଗି କେନ୍ଦ୍ର ସରକାର ଆଜି ୧୦ ଲକ୍ଷ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିଛନ୍ତି। ବ୍ୟାଙ୍କର ଆର୍ଥିକ ଅବସ୍ଥାକୁ ଦୃଢ଼ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ। ଏଥିମଧ୍ୟରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଲାଗି ୨ ଲକ୍ଷ ୧୧ ହଜାର କୋଟି ମଞ୍ଜୁର କରାଯାଇଥିବା ବେଳେ ସଡ଼କ ପ୍ରକଳ୍ପ ପାଇଁ ୭ ଲକ୍ଷ କୋଟି ଟଙ୍କା ଅନୁମୋଦିତ ହୋଇଛି।

ଆଜି ଏଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହିସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ବିମୁଦ୍ରାକରଣ ଏବଂ ସାମଗ୍ରୀ ଓ ସେବା କର (ଜିଏସଟି) ଯୋଗୁଁ ମନ୍ଥର ହୋଇପଡ଼ିଥିବା ଜାତୀୟ ଅର୍ଥନୀତିକୁ ଏହି ଯୋଜନା ନୂଆ ଶକ୍ତି ଯୋଗାଇବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି। ଗତ ଜୁନ ମାସରେ ଅଭିବୃଦ୍ଧି ହାର ୫.୭ ଭାଗକୁ ହ୍ରାସ ପାଇବା ଘଟଣା ସରକାର ପାଇଁ ଚିନ୍ତାର କାରଣ ହୋଇଥିଲା। ଏହାକୁ ନେଇ ବ୍ୟାପକ ସମାଲୋଚନାର ଶିକାର ହେବା ପରେ ଅର୍ଥନୀତିକୁ ପୁଣି ବିକାଶ ପଥରେ ଫେରାଇବା ଆଣିବା ଲାଗି ସରକାର ଦୀର୍ଘ ଦିନ ଧରି ବ୍ୟପାକ ବିଚାର ବିମର୍ଶ ଚଳାଇଥିଲେ।

ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍ଟଲୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶର ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୭ ଲକ୍ଷ କୋଟି ଟଙ୍କାର ଯୋଜନା କରାଯାଇଛି। ଏହି ଯୋଜନାରେ ୫.୩୫ ଲକ୍ଷ କୋଟି ଟଙ୍କାର ଭାରତମାଲା ପ୍ରକଳ୍ପ ମଧ୍ୟ ସାମିଲ ରହିଛି। ଏହି ଯୋଜନାରେ ପାଞ୍ଚ ବର୍ଷ ଭିତରେ ୮୩ ହଜାରରୁ ଅଧିକ କିଲୋମିଟର ସଡ଼କ ପଥ ନିର୍ମାଣ କରାଯିବ। ଅର୍ଥନୈତିକ କରିଡରଠାରୁ ଆରମ୍ଭ କରି ଉପକୂଳ ସଡ଼କ ପଥ ଏବଂ ବନ୍ଦରଗୁଡ଼ିକୁ ସଂଯୋଗ କରିବା ପାଇଁ ସଡ଼କ ପଥ ନିର୍ମାଣ କରାଯିବ।

କ୍ୟାବିନେଟ ବୈଠକ ପରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍ଟଲୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶର ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୭ ଲକ୍ଷ କୋଟି ଟଙ୍କାର ଯୋଜନା କରାଯାଇଛି। ଏହି ଯୋଜନାରେ ୫.୩୫ ଲକ୍ଷ କୋଟି ଟଙ୍କାର ଭାରତମାଲା ପ୍ରକଳ୍ପ ମଧ୍ୟ ସାମିଲ ରହିଛି। ଏହି ଯୋଜନାରେ ପାଞ୍ଚ ବର୍ଷ ଭିତରେ ୮୩ ହଜାରରୁ ଅଧିକ କିଲୋମିଟର ସଡ଼କ ପଥ ନିର୍ମାଣ କରାଯିବ। ଅର୍ଥନୈତିକ କରିଡରଠାରୁ ଆରମ୍ଭ କରି ଉପକୂଳ ସଡ଼କ ପଥ ଏବଂ ବନ୍ଦରଗୁଡ଼ିକୁ ସଂଯୋଗ କରିବା ପାଇଁ ସଡ଼କ ପଥ ନିର୍ମାଣ କରାଯିବ।

ସଡ଼କ ପ୍ରକଳ୍ପ ମାଧ୍ୟମରେ ୧୪.୨ କୋଟି ଶ୍ରମ ଦିବସର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଏନ୍‌ପିଏ (ଅନାଦେୟ ଋଣ) ଯୋଗୁଁ ଦୁର୍ବଳ ହୋଇପଡ଼ିଥିବା ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି। ଏହି ଅର୍ଥରାଶି ବ୍ୟାଙ୍କଗୁଡ଼ିକୁ ସରକାର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜେଟ୍ଟଲି କହିଲେ, ଅର୍ଥନୈତିକ ସ୍ଥିତିକୁ ନେଇ ଯେଉଁସବୁ ସମାଲୋଚନା ହେଉଛି ତାହା ଅମୂଳକ। ଭାରତ ହେଉଛି ବିଶ୍ୱର ଦ୍ରୁତ ଗତିରେ ଆଗଉଥିବା ବୃହତ୍‌ ଅର୍ଥନୀତି। ଗତ ତିନି ବର୍ଷରେ ମୁଦ୍ରାସ୍ଫୀତି ହ୍ରାସ ପାଇଛି ଏବଂ ଅଭିବୃଦ୍ଧି ହାର ବଢ଼ିଛି। ଏହି ଧାରା ଭବିଷ୍ୟତରେ ମଧ୍ୟ ଜାରି ରହିବ।

ସମ୍ବନ୍ଧିତ ଖବର