ଅତୀତର ୧୦ଟି ବଡ଼ ରେଳ ଦୁର୍ଘଟଣା

ବାଲେଶ୍ବର ଦୁର୍ଘଟଣା: ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ୨୦୨୩ ଜୁନ ମାସରେ ବଡ଼ ରେଳ ଦୁର୍ଘଟଣା ହୋଇଥିଲା। କରମଣ୍ଡଳ ଏକ୍ସପ୍ରେସ, ଏକ ମାଲବାହୀ ଗାଡ଼ି ଏବଂ ବେଙ୍ଗାଲୁରୁ-ହାଓଡ଼ା ସୁପରଫାଷ୍ଟ ଏକ୍ସପ୍ରେସ ମଧ୍ୟରେ ଭୟାନକ ଦୁର୍ଘଟଣା କାରଣରୁ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଇନ୍ଦୋର-ପାଟନା ଏକ୍ସପ୍ରେସ ଦୁର୍ଘଟଣା: ୨୦୧୬ ମସିହାରେ ଉତ୍ତରପ୍ରଦେଶରେ ଇନ୍ଦୋର-ପାଟନା ଏକ୍ସପ୍ରେସ ଧାରଣାରୁ ଖସିଯିବା ଫଳରେ ଅତିକମ୍‌ରେ ୧୪୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।
ପଶ୍ଚିମବଙ୍ଗ ରେଳ ଦୁର୍ଘଟଣା: ୨୦୧୦ ମେ ୨୮ରେ କୋଲକାତାର ପଶ୍ଚିମରେ ପ୍ରାୟ ୮୫ ମାଇଲ ଦୂରରେ ପଶ୍ଚିମବଙ୍ଗରେ ଗୋଟିଏ ରେଳ ଧାରଣାଚ୍ୟୁତ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବା ଫଳରେ ୧୪୬ ଜଣଙ୍କର ମୃତ୍ୟୁ ହେବା ସହିତ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ମାଓବାଦୀଙ୍କ ଷଡ଼୍‌ଯନ୍ତ୍ର ପାଇଁ ଏହି ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଇଥିଲା।
ରାଜଧାନୀ ଏକ୍ସପ୍ରେସ ଦୁର୍ଘଟଣା: କଲିକତା ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଧାବି ନଦୀର ବଢ଼ି ପାଣି ଭିତରେ ଖସି ପଡ଼ିବାରୁ ଅତିକମ୍‌ରେ ୧୨୦ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପଛରେ ମଧ୍ୟ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଇଥିଲା।
ଗାଇସାଲ ଦୁର୍ଘଟଣା: ପଶ୍ଚିମବଙ୍ଗର ଗାଇସାଲରେ ୧୯୯୯ ଅଗଷ୍ଟ ୨ ତାରିଖରେ ଦୁଇଟି ରେଳ ମଧ୍ୟରେ ଦୁର୍ଘଟଣା ହୋଇଥିଲା। ସେଥିରେ ୨୮୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୧୨ ଜଣ ଆହତ ହୋଇଥିଲେ।
ସିଆଲଦା ଏକ୍ସପ୍ରେସ ଦୁର୍ଘଟଣା: ୧୯୯୮ ମସିହାରେ ପଞ୍ଜାବରେ ସିଆଲଦା ଏକ୍ସପ୍ରେସ ଏକ ଧାରଣାଚ୍ୟୁତ ଟ୍ରେନ ସହିତ ଧକ୍କା ହେବାରୁ ଅତିକମରେ ୨୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।
ଫିରୋଜାବାଦ ଦୁର୍ଘଟଣା: ଆଗ୍ରା ନିକଟ ଫି‌ରୋଜାବାଦରେ ୧୯୯୫ ଅଗଷ୍ଟ ୨୦ରେ ରେଳ ଦୁର୍ଘଟଣାରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ସହିତ ୩୪୪ ଜଣ ଆହତ ହୋଇଥିଲେ।
୧୯୮୧ ରେଳ ଦୁର୍ଘଟଣା: ୧୯୮୧ ଜୁନ ୬ରେ ବିହାରରେ ଏକ ଭୟାନକ ରେଳ ଦୁର୍ଘଟଣା ହୋଇଥିଲା। ନଦୀ ମଧ୍ୟକୁ ଏକ ରେଳଗାଡ଼ି ଖସି ପଡ଼ିବା ପରେ ୮୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା।
୧୯୫୬ ରେଳ ଦୁର୍ଘଟଣା: ୧୯୫୬ ନଭେମ୍ବର ୨୩ରେ ତାମିଲନାଡ଼ୁର ମରୁଦ୍ୟାର ନଦୀରେ ବନ୍ୟାରେ ପୋଲ ନଷ୍ଟ ହୋଇଯାଇଥିବାରୁ ନଦୀ ଭିତରକୁ ରେଳ ଖସି ପଡ଼ିଥିଲା। ଏଥିରେ ଅତିକମ୍‌ରେ ୧୫୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧୫ ଜଣ ଆହତ ହୋଇଥିଲେ।
୧୯୫୪ ରେଳ ଦୁର୍ଘଟଣା: ୧୯୫୪ ସେପ୍ଟେମ୍ବର ୨୮ରେ ମାଡ୍ରାସ ଓ ନୂଆଦିଲ୍ଲୀ ମଧ୍ୟରେ ଯାତ୍ରା କରୁଥିବା ଏକ ରେଳଗାଡ଼ି ପୋଲ ଭାଙ୍ଗିଯିବା କାରଣରୁ ଧାରଣାଚ୍ୟୁତ ହୋଇଥିଲା। ଏଥିରେ ଅତିକମ୍‌ରେ ୧୩୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର