ମାଲକାନଗିରି: ଛତିଶଗଡ଼ରେ ପୁଲିସ- ମାଓବାଦୀ ଗୁଳି ବିନିମୟ, ୧୦ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଧରମଗଡ଼ ଜଙ୍ଗଲରେ ଚାଲିଥିବା ଏକ ମାଓ କ୍ୟାମ୍ପ ଉପରେ ସୁରକ୍ଷା କର୍ମୀ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉ ସମୟରେ ମାଓବାଦୀ- ପୁଲିସ ଗୁଳିବିନିମୟରେ ୧୦ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଘଟଣାସ୍ଥଳରୁ ପୁଲିସ ୧୧ଟି ବନ୍ଧୁକ ଜବତ କରିଥିବା ବେଳେ ମୃତ ମାଓବାଦୀଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି କୁହାଯାଇଛି।

ବିଜାପୁର ଏସ୍‌ପିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଧରମଗଡ଼ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିିବା ନେଇ ପୁଲିସକୁ ଠୋସ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ସିଆରପିଏଫ , ଏସଟିଏଫ ଓ ଜିଲ୍ଲା ପୁଲିସକୁ ନେଇ ଗଠିତ ଟିମ୍‌ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ମାଓବାଦୀ- ସୁରକ୍ଷା କର୍ମୀଙ୍କ ମଧ୍ୟରେ ଖୁବ୍‌ ଯୋର ଗୁଳି ବିନିମୟ ହୋଇଥିଲା। ଏଥିରେ ୧୦ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ପୁଲିସ ଏନକାଉଣ୍ଟରରେ ଅଧିକ ସଂଖ୍ୟକ ମାଓବାଦୀଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର