କର୍ଣ୍ଣାଟକ: କରୋନାରେ ଆକ୍ରାନ୍ତ ହେଲା ୧୦ମାସର ଶିଶୁ

ବେଙ୍ଗାଳୁରୁ: ଆଜି (ଶୁକ୍ରବାର) ସକାଳେ ମହାରାଷ୍ଟ୍ର,, ତେଲେଙ୍ଗାନା ଏବଂ ଆଣ୍ଡାମାନରେ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୦ଅତିକ୍ରମ କରିଛି। କୋଭିଡ-୧୯ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଥିବା ବେଳେ ଏବେ କର୍ଣ୍ଣାଟକରେ ଏକ ୧୦ମାସର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ଦକସିନା କନ୍ନଡରେ ରହୁଥିବା ୧୦ମାସର ଶିଶୁପୁତ୍ରର ନମୁନା ପରୀକ୍ଷା କରାଯିବା ପରେ ସେ କରୋନା ଦ୍ୱାରା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି | କର୍ଣ୍ଣାଟକରେ ଶୁକ୍ରବାର ଦିନ ସାତଟି ନୂଆ ମାମଲା ରେକର୍ଡ ହୋଇଛି, ଯାହାଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ଆକ୍ରାନ୍ତ ହୋଇଥିବା ଶିଶୁଟି କୌଣସି ସ୍ଥାନକୁ ଯାତ୍ରା ନକରି ମଧ୍ୟ ସେ ସଂକ୍ରମିତ ହୋଇଥିବା ଜଣା ପଡିଛି |

Health Workers Will Also Have Corona Test In Delhi - दिल्ली ...
अमर उजाला

ସୂଚନା ମୁତାବକ, ଏହା ପୂର୍ବରୁ କର୍ଣ୍ଣାଟକର ତୁମ୍କୁରୁରେ ରହୁଥିବା ୬୫ବର୍ଷୀୟ ବାସିନ୍ଦା ଶୁକ୍ରବାର ଦିନ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ | ମୃତ ବ୍ୟକ୍ତି ମାର୍ଚ୍ଚ ୫ରେ ଟ୍ରେନ ଯୋଗେ ଦିଲ୍ଲୀ ଯାଇ ୧୧ମାର୍ଚ୍ଚରେ ତୁମ୍କୁରୁ ଫେରିଥିଲେ। ସେହି ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଏବେ ଚିହ୍ନଟ କରାଯାଉଛି,  ଯାହା ଦ୍ୱାରା ସେମାନଙ୍କୁ ସଙ୍ଗରୋଧରେ ରଖା ଯାଇପାରିବ |

ସମ୍ବନ୍ଧିତ ଖବର