ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ସାବେରୀ ନଦୀ କୂଳରେ ପୁଲିସ ଏବଂ ନକ୍ସଲ ମଧ୍ୟରେର ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଜଣେ ନକ୍ସଲ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ପରେ କିନ୍ତୁ ମୃତ ବ୍ୟକ୍ତି ଜଣକ ଗ୍ରାମବାସୀ ବୋଲି ଜଣାପଡିଥିଲା।
ଯବାନଙ୍କ ଉପରେ ଗୁଳି ଚଳାଇ ନକ୍ସଲ ଖସି ଯାଇଥିଲେ। ରାତିର ଅନ୍ଧାରରେ ଜଂଗଲରେ ଖସି ପୁଣି ଛତିଶଗଡ଼ ମୁହାଁ ହୋଇଥିଲେ। ଓଡ଼ିଶାର ଯବାନଙ୍କ ହାତରୁ ବର୍ତ୍ତି ଯାଇଥିଲେ ମଧ୍ୟ ତାଂକୁ ମୃତ୍ୟୁ ଅପେକ୍ଷା କରିଥିଲା ଛତିଶଗଡରେ। ଓଡ଼ିଶା ସୀମା ପାର କରି ସୁକମା ଜିଲ୍ଲାର ଭେଜ୍ଜି ଥାନା ଅଂଚଳର ଜଂଗଲରେ ଆଶ୍ରୟ ନେବାକୁ ଚେଷ୍ଟା କରୁଥିବା ବେଳେ ସେପଟେ ଡିଆରଜି, ଏସଟିଏଫ ଯବାନ ନକ୍ସଲଙ୍କୁ ଅପେକ୍ଷା କରି ରହିଥିଲେ।ନକ୍ସଲ କ୍ୟାମ୍ପ କରି ରହିଥିବା ସ୍ଥାନରେ ଯବାନ ଚଢାଉ କରିଥିଲେ।
ଆଜି ସକାଳ ୧୦ଟା ବେଳେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଦିନ ଗୋଟାଏ ବେଳକୁ ଗୁଳିବିନିମୟ ବନ୍ଦ ହୋଇଥିବା ବେଳେ ଘଟଣାସ୍ଥଳର ସର୍ଚ୍ଚ ଅପରେସନ କରାଯାଇଥିଲା। ଯବାନ ସର୍ଚ୍ଚ ଅପରେସନ ବେଳେ ୧୦ ଜଣ ମାଓବାଦୀଙ୍କ ଶବକୁ ଉଦ୍ଧାର କରିଥିଲେ। ଏଥିସହ ଏକେ-୪୭, ଏସଏଲଆର ଭଳି ଅତ୍ୟାଧୁନିକ ବନ୍ଧୁକ ସହ ବିସ୍ଫୋରକ ଏବଂ ମାଓ ସା୍ମଗ୍ରୀ ଜବତ କରିଥିଲେ।ଲଗାତାର ଅପରେସନରେ ଯବାନ ସଫଳତା ହାସଲ କରି ଚାଲିଛନ୍ତି।ଏହି ମୃତ ୧୦ ନକ୍ସଲ ମଧ୍ୟରୁ କ୍ୟାଡର ନକ୍ସଲ ରହିଛନ୍ତି।ଏମାନଙ୍କ ନାମରେ ୮ ଲକ୍ଷରୁ ଆରମ୍ଭ କରି ୨ ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର ରହିଥିଲା।ଓଡିଶାର ଡିଭିଏଫ ଏବଂ ଏସଓଜି ଯବାନଙ୍କ ବନ୍ଧୁକ ଗୁଳିରୁ ବର୍ତ୍ତି ନକ୍ସଲ ଭାବିଥିଲେ ଯବାନଙ୍କୁ ଚକମା ଦେଇଦେଲେ।କିନ୍ତୁ ସେପଟେ କିନ୍ତୁ ମୃତ୍ୟୁ ଅପେକ୍ଷା କରି ରହିଥିଲା।
/sambad/media/media_files/2024/11/22/6adbbe07-3788-418d-b43f-340af38b8c8a.jpg)
ଛତିଶଗଡ ଯବାନ ଆଲର୍ଟ ହୋଇଯାଇଥିଲେ।କାରଣ ଓଡିଶାର ତଡାଯିବା ପରେ ସେମାନେ ଛତିଶଗଡରେ ପଶିବେ।ତେଣୁ ସୀମାକୁ ସିଲ କରାଯାଇଥିଲା। ଛତିଶଗଡରେ ନକ୍ସଲ ଅଣନିଃଶାସୀ ହେଲେଣି।ସେମାନଙ୍କୁ ଆଉ ଦୟାମାୟା ନାହିଁ ବୋଲି ସରକାର କହିଲେଣି। ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ସାରା ଦେଶରୁ ନକ୍ସଲ ହଟିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଘୋଷଣା କରିବା ପରେ ସମସ୍ତ ରାଜ୍ୟ ଏନେଇ ତତ୍ପରତା ଦେଖାଉଛନ୍ତି। ଓଡିଶାରେ ମଧ୍ୟ ପୁଲିସ ସୀମା ସିଲ କରିବା ସହ ନକ୍ସଲ ଗତିବିଧି ଉପରେ ନଜର ରଖିଛି, ଯାହାର ଫଳସ୍ବରୂପ ଜିନେଲଗୁଡାରେ ନକ୍ସଲ ପଶିବା ମାତ୍ରେ ଯବାନ ଚଡାଉ କରିଥିଲେ। ଓଡିଶା ଏବଂ ଛତିଶଗଡ ନକ୍ସଲକୁ ଆଉ ତ୍ରାହୀ ନାହିଁ। ପୁଲିସ ସମସ୍ତ ନକ୍ସଲଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଛି। ନଚେତ ସମସ୍ତେ ଗୋଟି ଗୋଟି କରି ମରିବେ ବୋଲି ଧମକ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/22/2f5fc645-4251-4247-8c19-68dc5b0aae13.jpg)