ରାୟପୁର: ଗର୍ଜୁଛି ବନ୍ଧୁକ, ଗଡୁଛି ମୁଣ୍ଡ । ଛାତିରେ ବାଜୁଛି ଗୁଳି, ଜଣେ ପରେ ଜଣେ ନକ୍ସଲ ପଡୁଛନ୍ତି ଟଳି । ଥରହର ହେଉଛି ମାଓଗଡ଼… ଲାଲ ବାହିନୀର ନାଲିଆଖି ଦେଖାଉଥିବା ମାଓବାଦୀ ଏବେ ସୁରକ୍ଷାକର୍ମୀଙ୍କ ବନ୍ଧୁକକୁ ଡରି ଜଙ୍ଗଲ ଭିତରେ ଲୁଚିଲେଣି । ଛତିଶଗଡ଼ ଗରିଆବନ୍ଧରେ ମାଓ ଏନକାଉଣ୍ଟର ପରେ ଆଜି ସମସ୍ତ ୧୦ ମାଓବାଦୀଙ୍କ ମୃତଦେହ ହେଲିକପ୍ଟର ଯୋଗେ ଅଣାଯାଇଛି । ଏହାସହ ନକ୍ସଲମାନେ ବ୍ୟବହାର କରୁଥିବା ଏକେ ୪୭, ଏସ.ଏଲ.ଆର. ରାଇଫ୍, ଇନସାସ୍ ରାଇଫଲ, ପିସ୍ତଲ ଇତ୍ୟାଦି ଜବତ ହୋଇଛି । ନିପାତ ହୋଇଥିବା ନକ୍ସଲଙ୍କ ମଧ୍ୟରେ ୬ ଜଣ ପୁରୁଷ ଏବଂ ୪ ଜଣ ମହିଳା ଅଛନ୍ତି । ଛତିଶଗଡ଼, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ସରକାର ସେମାନଙ୍କ ସମସ୍ତଙ୍କ ଉପରେ ୩ କୋଟି ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଆଉ ଛତିଶଗଡରେ ହୋଇଥିବା ଏହି ବଡ଼ ଏନକାଉଣ୍ଟର ଖାଲି ଛତିଶଗଡ ପାଇଁ ନୁହେଁ ବରଂ ଓଡିଶା ପାଇଁ ବି ବଡ଼ ଆଶ୍ବସ୍ତି ଆଣିଦେବା ସହ ମାଓବାଦୀଙ୍କ ପୁଣି ଥରେ ଅସ୍ତ୍ର ଛାଡିବାକୁ ଆହ୍ବାନ ଦେଇଛି ।
#WATCH | Chhattisgarh | Bodies of 10 naxals, including CC member Manoj Alias Balkrishna, who were neutralised by security forces yesterday, brought to Gariaband district headquarters pic.twitter.com/FBzCKNrveJ
— ANI (@ANI) September 12, 2025
ତେବେ ଛତିଶଗଡ଼ ଗରିଆବନ୍ଧରେ ମାଓ ଏନ୍କାଉଣ୍ଟର ଓଡ଼ିଶା ପାଇଁ ବି ଆଣିଛି ବଡ଼ ଆଶ୍ୱସ୍ତି । କାରଣ ନିପାତ ୧୦ ନକ୍ସଲଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା ପୁଲିସ ଟାର୍ଗେଟ୍ରେ ଥିବା ୨ କୁଖ୍ୟାତ ମାଓନେତା ବାଲକ୍ରିଷ୍ଣା ଓ ପ୍ରମୋଦ । ଛତିଶଗଡ଼ ଜଙ୍ଗଲରେ ଲୁଚି ସୀମାରେ ସକ୍ରିୟ ରହିବା ସହ ସେମାନେ ଓଡ଼ିଶାରେ ଲାଲଗଡ଼ ମଜଭୁତ କରିବାକୁ କସରତ ଚଳାଇଥିଲେ । ଏହି ଦୁଇ ମୁଣ୍ଡ ଗଡ଼ିବା ପରେ ଓଡ଼ିଶା କମିଟି ଦୁର୍ବଳ ହେବା ସୁନିଶ୍ଚିତ ବୋଲି କୁହାଯାଉଛି ।
#WATCH | Chhattisgarh | Weapons and bodies of 10 naxals, including CC member Manoj Alias Balkrishna, who were neutralised by security forces yesterday, brought to Gariaband district headquarters pic.twitter.com/ISUFZ2Ax9P
— ANI (@ANI) September 12, 2025
ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧର ମୈନପୁର ବନଖଣ୍ଡ । ଏଠାରେ ଥିବା ମଟାଲ୍ ଜଙ୍ଗଲରେ ଗଡ଼ିଛି ୧୦ ମାଓ ମୁଣ୍ଡ । ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ମନୋଜ ଓରଫ୍ ମୋଡେମ୍ ବାଲକ୍ରିଷ୍ଣା ଏବଂ ପ୍ରମୋଦ ସମେତ ସମସ୍ତ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି । ଯେଉଁଥିରେ ୬ ପୁରୁଷ ଓ ୪ ମହିଳା ମାଓବାଦୀଙ୍କ ମୃତଦେହ ହେଲିକପ୍ଟର ଯୋଗେ ଗରିଆବନ୍ଧ ଆର୍ଓକୁ ଅଣାଯାଇଥିବା ବେଳେ, ସେମାନଙ୍କ ଠାରୁ ଜବତ ଏକେ-୪୭, ଏସ.ଏଲ.ଆର୍, ଇନସାସ୍ ରାଇଫଲ ଓ ପିସ୍ତଲ ଆଦି ବିପୁଳ ମାରଣାସ୍ତ୍ର ପ୍ରଦର୍ଶିତ ହୋଇଛି ।
#WATCH | Gariaband, Chhattisgarh | ADGP Vivekanand Sinha says, "In Chhattisgarh, a comprehensive action plan against Maoists has led to significant successes for security forces, with notable achievements in 2024-2025. The General Secretary of CPI (Maoist) and 3 central committee… https://t.co/ziwr6r9dzBpic.twitter.com/vxMD4TQnmz
— ANI (@ANI) September 12, 2025
ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଓଡ଼ିଶା ଷ୍ଟେଟ୍ କମିଟି ମୁଖ୍ୟ ଥିବା ମୋଡେମ୍ ବାଲକ୍ରିଷ୍ଣା ଏବଂ ତାର ଘନିଷ୍ଠ ସହଯୋଗୀ ପ୍ରମୋଦ ଓରଫ ପାଣ୍ଡୁ । ଏହି ଦୁଇ କୁଖ୍ୟାତ ମାଓ ନେତା ଟଳିବା ପରେ ଓଡ଼ିଶା ପୁଲିସକୁ ମିଳିଛି ବଡ଼ ଆଶ୍ୱସ୍ତି । ମନୋଜ, ଭାସ୍କର, ବାଲାନ୍ନା, ରାମଚନ୍ଦ୍ର ଆଦି ନାଁରେ ପରିଚିତ ବାଲକ୍ରିଷ୍ଣା ୧୯୮୩ରେ ମାଓ ସଂଗଠନରେ ସାମିଲ ହୋଇଥିଲା । ସେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୂଆପଡ଼ା ଅଞ୍ଚଳରେ ସଂଗଠନ ମଜଭୁତ କରୁଥିଲା ।
ବାଲକ୍ରିଷ୍ଣାକୁ ଧରିବା ପାଇଁ ମୋଟ ଦେଢ଼ କୋଟି ପୁରସ୍କାର ଘୋଷଣା କରିଥିଲା ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼ । ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ ପ୍ରମୋଦ ମୁଣ୍ଡ ଉପରେ ବି ୬୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଅନ୍ୟ ନିହତ ନକ୍ସଲଙ୍କ ମଧ୍ୟରେ ଅଛନ୍ତି ବିମଲ, ବିକ୍ରମ, ଉମେଶ, ସମୀର, ରଂଜିତା, ସିନ୍ଧୁ ଓ ଆରତି ।
#WATCH | Chhattisgarh | On 10 naxals neutralised in Gariyaband encounter, Deepak Kumar, Commandant, 207 battalion CoBRA says, "There was very good coordination between Chhattisgarh Police and our CoBRA battalion. The area of operation had a tough terrain with steep ascent, but… pic.twitter.com/mOezfqkimq
— ANI (@ANI) September 12, 2025