ଦେବୀ ଦର୍ଶନରେ ଯାଉଥିବା ବେଳେ ଦୁର୍ଘଟଣା; ୧୦ ଜଣଙ୍କ ଜୀବନ ଗଲା

ଲ‌କ୍ଷ୍ନୌ: ସୋମବାର ଲ‌କ୍ଷ୍ନୌର ସୀମାନ୍ତରେ ଥିବା ଇଟାନଜା ଅଂଚଳରେ ୪୭ ଜଣଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର-ଟ୍ରଲି ପୋଖରୀରେ ଖସିପଡ଼ିବା ଫଳରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ବି ରହିଛି।

ଘଟଣାସ୍ଥଳରୁ ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଲ‌କ୍ଷ୍ନୌ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଏସଡିଆରଏଫ୍ ଟିମ ଉକ୍ତ ସ୍ଥାନରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ।

ଲ‌କ୍ଷ୍ନୌ ଗ୍ରାମୀଣ ପୋଲିସ ଅଧୀକ୍ଷକ ହ୍ରିଦେଶ୍ କୁମାର କହିଛନ୍ତି ଯେ, ମୃତକମାନେ ସମସ୍ତେ ସୀତାପୁରର ଅଟାରିଆର ବାସିନ୍ଦା ଏବଂ ନବରାତ୍ରୀ ଅବସରରେ ଇଟାନଜାସ୍ଥିତ ଉନ୍ନି ଦେବୀ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର