ନୂଆଦିଲ୍ଲୀ: ବାଂଲାଦେଶର ଜଣେ ରାଜନେତାଙ୍କ ଅନ୍ତ୍ୟେଷ୍ଟି ଭୋଜିରେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବା ଲାଗି ପୁଲିସ ଲାଠି ଚାର୍ଜ କରିବାରୁ ଦଳାଚକଟାରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ବାଂଲାଦେଶର ଶାସକ ଆଓ୍ଵାମି ଲିଗ୍ ପାର୍ଟିର ବରିଷ୍ଠ ନେତା ତଥା ଦେଶର ଦ୍ୱିତୀୟ ବୃହତ୍ତମ ସହରର ୩ ଥର ମେୟର ଥିବା ମୋହିଉଦ୍ଦିନ ଚୌଧୁରୀଙ୍କର ଗତ ଶୁକ୍ରବାର ମୃତ୍ୟୁ ହୋଇଥିଲା। ତେବେ ଜମଲ ଖାନ୍ର ରିମା କମ୍ୟୁନିଟି ସେଣ୍ଟରରେ ଆୟୋଜିତ ତାଙ୍କ ଅନ୍ତ୍ୟେଷ୍ଟି ଭୋଜିରେ ଆଜି ପାଖାପାଖି ୧ ଲକ୍ଷ ଲୋକଙ୍କର ଭିଡ଼ ଜମିଥିଲା। ତେବେ ଖାଦ୍ୟ ପ୍ୟାକେଟ ନେବା ଲାଗି ଲୋକଙ୍କ ଭିତରେ ବିଶୃଙ୍ଖଳା ଦେଖାଦେବାରୁ ପୁଲିସ ଭିଡ଼ ହଟାଇବା ଲାଗି ଲାଠି ଚାର୍ଜ କରିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp