ଉଚ୍ଚବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ ବିଲ ରାଜ୍ୟସଭାରେ ପାରିତ

ନୂଆଦିଲ୍ଲୀ : କେନ୍ଦ୍ରର ଏନଡିଏ ସରକାରଙ୍କ ପାଇଁ ଏକ ବଡ଼ ସଫଳତା । ରାଜ୍ୟ ସଭାରେ ଆଜି ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ ପାଶ ହୋଇଛି । ସମ୍ବିଧାନର ୧୨୪ ତମ ସଂଶୋଧନ ବିଲ ସପକ୍ଷରେ ୧୬୫ ଟି ଓ ବିପକ୍ଷରେ ୭ ଟି ଭୋଟ ପଡିଥିଲା । ଏହା ପୂର୍ବରୁ ବିଲକୁ ସିଲେକ୍ଟ କମିଟିକୁ ପଠାଇବା ଲାଗି ବିରୋଧୀ ଦଳଙ୍କ ଦାବି ଖାରଜ ହୋଇଯାଇଥିଲା । ଏହି ଦାବି ବିରୋଧରେ ୧୫୫ଟି ଓ ସପକ୍ଷରେ ମାତ୍ର ୧୮ଟି ଭୋଟ ପଡିଥିଲା । ସଂସଦର ଦୁଇ ସଦନରେ ପାଶ ହେବା ପରେ ଏହାକୁ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ ।

ଗତକାଲି ଲୋକସଭାରେ ଏହି ବିଲ ପାସ ହୋଇଥିଲା । ଏହି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଭାବରେ ଅଲୋଚନା ହେବା ପରେ ରାତି ୯ଟା ୫୫ରେ ଭୋଟିଂ ହୋଇଥିଲା। ଭୋଟିଂରେ ୩୨୬ ସାଂସଦ ଅଂଶଗ୍ରହଣ କରିଥିଲେ। ଏଥିରେ ସମ୍ବିଧାନ ସଂଶୋଧନ ବିଧେୟକର ପକ୍ଷରେ ୩୨୩ ଭୋଟ ପଡ଼ିଥିଲା। ମାତ୍ର ୩ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର