୨୦୧୯ରୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ସବର୍ଣ୍ଣଙ୍କ ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ ହେବ

ନୂଆଦିଲ୍ଲୀ : ଆସନ୍ତା ୨୦୧୯ ଶିକ୍ଷା ବର୍ଷରୁ ଶିକ୍ଷାନୁଷ୍ଠାନରେ ସବର୍ଣ୍ଣଙ୍କ ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ଆରମ୍ଭ କରିବ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଏ ସଂପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି । ଏହା ସହିତ ଦେଶବ୍ୟାପୀ ଥିବା ଉଚ୍ଚଶିକ୍ଷାନୁଷ୍ଠାନ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ୨୫ ପ୍ରତିଶତ ସିଟ୍‌ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି । ୟୁଜିସି ଓ ଏଆଇସିଟିଇ ସହ ମନ୍ତ୍ରାଳୟର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।
ସଂସଦର ଗତ ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲକୁ ଦୁଇ ସଦନ ଲୋକସଭା ଓ ରାଜ୍ୟସଭାରେ ପାଶ କରାଇଥିଲେ । ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ଏହା ଆଇନରେ ପରିଣତ ହୋଇଛି । ଆଇନରେ ପରିଣତ ହେବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର