ଆମେରିକୀୟ ସେନା ଥିବା ଇରାକ୍‌ ବିମାନ ଘାଟିରେ ୧୦ ରକେଟ୍‌ ମାଡ଼

ଯୁକ୍ତରାଷ୍ଟ୍ର ଆମେରିକୀୟ ସେନା, ମିଳିତ ସେନା ଏବଂ ଇରାକୀୟ ସେନା ଥିବା ଇରାକ୍‌ର ଆଇନ୍‌ ଅଲ୍‌-ଅସଦ ବିମାନଘାଟି ଉପରେ ବୁଧବାର ସକାଳ ସାଢ଼େ ସାତଟା ବେଳେ ୧୦ଟି ରକେଟ୍‌ ମାଡ଼ ହୋଇଛି।

ଏହି ଘଟଣାରେ କେହି ମୃତାହତ ହୋଇଥିବା ରିପୋର୍ଟ ଏପର୍ଯ୍ୟନ୍ତ ମିଳିନାହିଁ।

ପ୍ରାୟ ୨୦ ଦିନ ମଧ୍ୟରେ ଏହା ହେଉଛି ଇରାକ୍‌ରେ ଦ୍ୱିତୀୟ ରକେଟ୍‌ ଆକ୍ରମଣ। ପୋପ୍‌ ଫ୍ରାନ୍‌ସିସ୍‌ଙ୍କ ଇରାକ୍‌ ଗସ୍ତ ଆରମ୍ଭ ହେବାକୁ ଆଉ ଦୁଇ ଦିନ ବାକି ଥିବା ବେଳେ ଆଜିର ରକେଟ୍‌ ଆକ୍ରମଣ ସଙ୍ଗଠିତ ହୋଇଛି। ଦେଶର କେତେକ ଅଞ୍ଚଳରେ ନିରାପତ୍ତା ବ୍ୟବସ୍ଥାର ଅବନତି ଘଟିଥିବା ସତ୍ତ୍ୱେ ପୋପ୍‌ ଇରାକ୍‌ ଗସ୍ତରେ ଆସିବେ।

Image Courtesy of National Herald

ପଶ୍ଚିମ ଅନବର୍‌ ପ୍ରଦେଶରେ ଅବସ୍ଥିତ ଏହି ବିମାନଘାଟି ଠାରୁ ପ୍ରାୟ ୮ କିଲୋମିଟର୍‌ ଦୂରରୁ ପ୍ରାୟ ୧୩ଟି ରକେଟ୍‌ ନିକ୍ଷେପ କରାଯାଇଛି ବୋଲି ‘ବାଗ୍‌ଦାଦ୍‌ ଅପରେସନ୍‌ସ୍‌ କମାଣ୍ଡ୍‌’ର ଜଣେ କର୍ମଚାରୀ ଗଣମାଧ୍ୟମକୁ କହିଛନ୍ତି।

ଫେବ୍ରୁଆରି ୧୬ ତାରିଖ ଦିନ ହୋଇଥିବା ରକେଟ୍‌ ଆକ୍ରମଣରେ ଜଣେ ବେସାମରିକ ଠିକାଦାର ଏବଂ ଜଣେ ଯୁକ୍ତରାଷ୍ଟ୍ର ଆମେରିକୀୟ ସେନା କର୍ମଚାରୀ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର