ଜିରିବାମ୍: ମଣିପୁରର ଜିରିବାମ୍ ଜିଲ୍ଲାରେ କୁକି ଉଗ୍ରବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ବଡ଼ବେକ୍ରା ଉପଖଣ୍ଡ କରୋଙ୍ଗରେ ସୁରକ୍ଷାବାହିନୀ ୧୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏହି ଅପରେସନରେ ସିଆରପିଏଫର ଜଣେ ଯବାନ ଆହତ ହୋଇଛନ୍ତି । କୁକି ଉଗ୍ରବାଦୀ ମାନେ ମଣିପୁରର ଜିରିବାମର ଏକ ପୁଲିସ ଷ୍ଟେସନ ଉପରେ ବଡ଼ ଧରଣର ଆକ୍ରମଣ କରିବା ପରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।
ସୂଚନାଯୋଗ୍ୟ, ଉଗ୍ରବାଦୀ ମାନେ ଯେଉଁ ଥାନା ଉପରେ ଆକ୍ରମଣ କରିଥିଲେ ସେହି ଥାନା ନିକଟରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ରିଲିଫ୍ କ୍ୟାମ୍ପ ରହିଛି । ଆତଙ୍କବାଦୀମାନେ କ୍ୟାମ୍ପକୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଇମ୍ଫାଲ ଉପତ୍ୟକାରେ ଜାତିଗତ ସଂଘର୍ଷ ଯୋଗୁଁ ମଣିପୁର ପ୍ରଭାବିତ ହୋଇଛି । ସେପଟେ ଉଗ୍ରବାଦୀ ମାନେ ଆତଙ୍କ ସୃଷ୍ଟି କରିଛନ୍ତି । କ୍ଷେତରେ କାମ କରୁଥିବା ଚାଷୀଙ୍କୁ ସେମାନେ ଲଗାତାର ଟାର୍ଗେଟ କରୁଛନ୍ତି । ଉଗ୍ରବାଦୀଙ୍କ ଆତଙ୍କ ଯୋଗୁଁ ଚାଷୀମାନେ ଭୟଭୀତ ହୋଇପଡ଼ିଛନ୍ତି । ସେମାନେ କ୍ଷେତରେ କାମ କରିବାକୁ ଯିବାକୁ ମଧ୍ୟ ଡରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/12/1M0NDeiyKB09H7jLzO7J.jpg)