ଉପସାଗରୀୟ ଦେଶରେ ଥିବା ୧୦ ହଜାର ଭାରତୀୟ କରୋନା ସଂକ୍ରମିତ, ୮୪ ମୃତ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୪୬ ହଜାର ଟପିଯାଇଛି । କିନ୍ତୁ ଏହା କେବଳ ଦେଶ ଭିତରର ସଂଖ୍ୟା । ଦେଶ ବାହାରେ ମଧ୍ୟ ହଜାର ହଜାର ଭାରତୀୟ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ମଧ୍ୟପୂର୍ବରେ ଥିବା ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର କରୋନା ସଂକ୍ରମିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୮୪ ଜଣ ପ୍ରାଣ ହରେଇସାରିଲେଣି ।

ଏହି ତଥ୍ୟ ଭାରତ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି, କାରଣ ସରକାର ବିଦେଶରେ ଫସିରହିଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଆଣିବାକୁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି । ବିଦେଶରେ ଥିବା ପ୍ରାୟ ୨ ଲକ୍ଷ ଭାରତୀୟ ଏଥିପାଇଁ ପଂଜୀକରଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୪୮୦୦ ଭାରତୀୟଙ୍କୁ ଫେରାଇ ଅଣାଯିବ । ତେବେ ଏଥିପାଇଁ ସେମାନଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ହେବ । ଆମେରିକାରୁ ଭାରତ ଆସିବାକୁ ହେଲେ ଟିକେଟ ଖର୍ଚ୍ଚ ୧ ଲକ୍ଷ ଟଙ୍କା, ଲଣ୍ଡନରୁ ଆସିଲେ ୫୦ ହଜାର ଓ ଦୁବାଇରୁ ଆସିଲେ ୧୩ ହଜାର ଟଙ୍କା ଦେବାକୁ ପଡ଼ିବ । ଏଥିପାଇଁ ମେ ୭ରୁ ୧୩ ମଧ୍ୟରେ ସରକାର ପ୍ରାୟ ୬୪ଟି ବିମାନ ଚଳାଇବେ ।

ସମ୍ବନ୍ଧିତ ଖବର