ପର୍ବତ ଚଢ଼ି ଏଭରେଷ୍ଟ୍‌ ବେସ୍‌ କ୍ୟାମ୍ପ୍‌ରେ ପହଞ୍ଚିଲେ ୧୦ ବର୍ଷିୟ ବେଙ୍ଗାଲୁରୁ ବାଳକ

ବେଙ୍ଗାଲୁରୁ: ୧୫ ମାସ ବୟସରୁ ବାପାଙ୍କ ପିଠିରେ ନାଉ ହୋଇ ପର୍ବତ ଆରୋହଣ କରୁଥିବା ବିହାନ୍‌ ଅଗ୍ରୱାଲ୍‌ ସମ୍ପ୍ରତି ଏଭରେଷ୍ଟ୍‌ ଶୃଙ୍ଗର ବେସ୍‌ କ୍ୟାମ୍ପ୍‌ରେ ପହଞ୍ଚିବାରେ ସମର୍ଥ ହୋଇଛନ୍ତି।

ମାର୍ଚ ୯ ତାରିଖରେ ୧୦ ବର୍ଷରେ ପଦାର୍ପଣ କରିଥିବା ବିହାନ୍‌ ପର୍ବତ ଆରୋହଣ କରି ମାର୍ଚ ମାସ ଶେଷ ବେଳକୁ ଏଭରେଷ୍ଟ୍‌ ବେସ୍‌ କ୍ୟାମ୍ପ୍‌ରେ ପହଞ୍ଚିଥିଲେ। ବାପାମାଆଙ୍କ ସହିତ ଏଭରେଷ୍ଟ୍‌ ବେସ୍‌ କ୍ୟାମ୍ପ୍‌ରେ ପହଞ୍ଚିବା ପରେ ବିହାନ୍‌ କହିଛନ୍ତି, ଏଭଳି ଆଦିମ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶରେ ପହଞ୍ଚିବା କୌତୁକର କଥା। ସେଠାରୁ ଚାଙ୍ଗ୍‌ତ୍‌ସେ, ଖୁମ୍ବୁତ୍‌ସେ, ନୁପ୍‌ତ୍‌ସେ ଏବଂ ଏଲ୍‌ହୋସ୍‌ତେ ଆଦି ପର୍ବତ ଦେଖି ବିମୋହିତ ହୋଇ ପଡ଼ିଲି।

Image Courtesy of The Times of India

ପର୍ବତାରୋହୀ ପିତାମାତାଙ୍କଦ୍ବାରା ପ୍ରେରିତ ବିହାନ୍‌ଙ୍କୁ ଏଥିପାଇଁ କଠିନ ତାଲିମ ନେବାକୁ ପଡ଼ିଥିଲା। ପ୍ରସ୍ତୁତିର ଅଂଶବିଶେଷ ଭାବେ ସେ ଓ ତାଙ୍କ ମାଆ ସବୁଦିନ ସକାଳ ୫ଟାରୁ ଉଠି ୧୦ କିଲୋମିଟର୍‌ ଦୌଡୁଥିଲେ।

ମାଆ ଶ୍ରଦ୍ଧା ଢୋଲିଆ କହନ୍ତି, ଜଣେ ସପ୍ତାହକୁ ୧୦ କିଲୋମିଟର୍‌ ଧାଇଁ ପାରିଲେ ଦୈନିକ ୧୦ କିଲୋମିଟର୍‌ ଉଚ୍ଚ ପର୍ବତ ଆରୋହଣ କରିପାରିବେ। ଆମେ ପ୍ରଥମେ ୨ କିଲୋମିଟର୍‌ ବାଟ ଦୌଡ଼ି ଶେଷକୁ ୧୦ କିଲୋମିଟର୍‌ ଦୌଡ଼ିଲୁ। ଏହାଛଡ଼ା, ଜିନିଷପତ୍ର ଭରା ବ୍ୟାଗ୍‌ ପିଠିରେ ପକାଇ ବିହାନ୍‌ ଆମ ଘର ଶିଡ଼ିରେ ଦୈନିକ ବହୁବାର ତଳ ଉପର ହେଉଥିଲା। ଶ୍ବାସପ୍ରଶ୍ବାସ ସାମର୍ଥ୍ୟ ନିମନ୍ତେ ଆମେ ଫୁସ୍‌ଫୁସ୍‌ ଆଦିର ବ୍ୟାୟାମ କରୁଥିଲୁ। ଶିଖର‌ରେ ପହଞ୍ଚିବା ପରେ ଅଧିକାଂଶ କ୍ଳାନ୍ତି ହେତୁ ଲୋକେ ଔଷଧ ଖାଆନ୍ତି ଓହ୍ଲାଇବା ପାଇଁ ହେଲିକପ୍ଟର୍‌ ବୁକ୍‌ କରନ୍ତି। କିନ୍ତୁ ବିହାନ୍‌ ସେପରି କରିନାହିଁ।

ସମ୍ବନ୍ଧିତ ଖବର