ହାଇଦ୍ରାବାଦ୍‌ରେ ଆମେରିକା ଦୂତାବାସର ୧୦ ବର୍ଷ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ଆମେରିକା ଦୂତାବାସ ଏହାର ୧୦ ବର୍ଷ କାର୍ଯ୍ୟକାଳ ଶେଷ କରିଛି। ୧୦ ବର୍ଷ ପୂର୍ବେ ହାଇଦ୍ରାବାଦ୍‌ ସ୍ଥିତ ଆମେରିକା ଦୂତାବାସରେ ପ୍ରଥମ ଆମେରିକା ଜାତୀୟ ପତାକା ଉଡ଼ିଥିଲା। ‌ଦୂତାବାସ ପକ୍ଷରୁ ଏବେ ୧୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ହାଇଦ୍ରାବାଦ୍‌ ସ୍ଥିତ ଆମେରିକା ଦୂତାବାସର ବାଣିଜ୍ୟିକ ରାଷ୍ଟ୍ରଦୂତ କା‌ଥେରିନ୍‌ ବି ହଡ୍ଡାଙ୍କ ନେତୃତ୍ବରେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଅଧିକ ମଜବୁତ ହୋଇପାରିଛି। ୨୦୧୬ ଅକ୍ଟୋବର ୧୮ରେ ହଡ୍ଡା ହାଇଦ୍ରାବାଦ୍‌ ସ୍ଥିତ ଆମେରିକା ଦୂତାବାସର ବାଣିଜ୍ୟିକ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ହାଇଦ୍ରାବାଦ୍‌ ସ୍ଥିତ ଆମେରିକା ଦୂତାବାସ ଭାରତ- ଆମେରିକା ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗରେ ସମ୍ପର୍କ ସୁଦୃଢ଼ କରିବାରେ ଗୁରୁ ଦାୟିତ୍ବ ନିଭାଇଛି। ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା, କୃଷି, ଶକ୍ତି, ପରିବେଶ, ବିଜ୍ଞାନ ଏବଂ ପ୍ରଯୁକ୍ତି ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ଼ ‌ହୋଇପାରିଛି ବୋଲି ବାଣିଜ୍ୟିକ ରାଷ୍ଟ୍ରଦୂତ ହଡ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର