ଭୋପାଳ: ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ କ୍ୟାବିନେଟ୍ ବଳପୂର୍ବକ ଧର୍ମାନ୍ତରୀକରଣ ନିରୋଧ ଆଇନକୁ ମଂଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସ୍ବତନ୍ତ୍ର ବୈଠକ ପରେ ଏହି ବିଲ୍ (ଏମ୍ପି ଫ୍ରିଡମ୍ ଅଫ୍ ରିଲିଜିଅନ୍ ବିଲ୍ ୨୦୨୦)କୁ ମଂଜୁର କରାଯାଇଛି। ଏହି ନୂଆ ଆଇନ ବଳରେ କୌଣସି ମହିଳା କିମ୍ବା ନାବାଳିକାଙ୍କର ବଳପୂର୍ବକ ଧର୍ମାନ୍ତରୀକରଣ କଲେ ୨-୧୦ ବର୍ଷ ଜେଲ୍ଦଣ୍ଡ ହେବ। ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ନୂଆ ଏମ୍ପି ଫ୍ରିଡମ୍ ଅଫ୍ ରିଲିଜିଅନ୍ ବିଲ୍ ୨୦୨୦ ଅଧୀନରେ କୌଣସି ଅନୁସୂଚିତ ଜାତି କିମ୍ବା ଜନଜାତିର ନାବାଳିକା , ମହିଳାଙ୍କ ବଳପୂର୍ବକ ଧର୍ମାନ୍ତରୀକରଣ କଲେ ୨-୧୦ ବର୍ଷ ଜେଲ୍ଦଣ୍ଡ ସହ ୫୦,୦୦୦ ଜରିମାନ ହେବ। ନୂଆ ବିଲ୍ ଅଧୀନରେ କୌଣସି ବ୍ୟକ୍ତିଙ୍କ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କଲେ ୧-୫ ବର୍ଷ ଜେଲ୍ଦଣ୍ଡ ଏବଂ ସର୍ବନିମ୍ନ ୨୫ ହଜାର ଟଙ୍କା ଜରିମାନା ହୋଇପାରେ। ଖୁବ୍ଶୀଘ୍ର ଏହି ବିଲ୍ ବିଧାନସଭାରେ ଉପସ୍ଥାପନ କରାଯିବ।
ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ପାଇଁ ୧୦ ବର୍ଷ ଜେଲ୍ଦଣ୍ଡ
/sambad/media/post_attachments/wp-content/uploads/2020/12/jail3-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)