ଛାତ ଉପରୁ ସାଙ୍ଗକୁ ଠେଲି କରିଥିଲେ ହତ୍ୟା ଉଦ୍ୟମ, ୧୦ବର୍ଷ ପରେ ଓଡ଼ିଆ ଯୁବକଙ୍କ ସମେତ ୨ ଅଭିଯୁକ୍ତଙ୍କୁ ମିଳିଲା ୭ବର୍ଷ ଜେଲ ଦଣ୍ଡ

ବେଙ୍ଗାଲୁରୁ: ସାଙ୍ଗକୁ ଛାତ ଉପରୁ ଠେଲି ହତ୍ୟା ଉଦ୍ୟମ କରିଥିବା ୨ଅଭିଯୁକ୍ତଙ୍କୁ ଦୀର୍ଘ ବର୍ଷ ପରେ ଦଣ୍ଡ ମିଳିଛି | ୧୦ବର୍ଷ ତଳେ କରିଥିବା ହତ୍ୟା ଉଦ୍ୟମ ଭଳି ଅପରାଧ ଲାଗି ଏବେ ୭ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ଅଦାଲତ | ଗିରଫ ପରେ ୨୦୧୨ରେ ଅଭିଯୁକ୍ତଙ୍କୁ ଜାମିନ ମିଳିଥିବା ବେଳେ ଏବେ ଦୁହିଁଙ୍କୁ ଜେଲ ଦଣ୍ଡ ଦିଆଯାଇଛି | ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଓଡ଼ିଶାର ଜିତେନ୍ଦ୍ର କୁମାର ସାହୁ ବୋଲି ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ଜଣେ ଆସାମର ଶଶାଙ୍କ ଦାସ ବୋଲି ଜଣାପଡ଼ିଛି | ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୨ଜଣ ଅଭିଯୁକ୍ତଙ୍କ ପତ୍ତା ମିଳିପାରି ନାହିଁ|

ମିଳିଥିବା ସୂଚନା ମୁତାବକ, ଶଶାଙ୍କ ଦାସ ଏବଂ ପୀଡ଼ିତ ସୌଭିକ ଚାଟାର୍ଜୀ ଦୁହେଁ ଭଲ ବନ୍ଧୁ ଥିଲେ | ହେଲେ ଦୁହେଁ ଜଣେ ଯୁବତୀକୁ ଭଲ ପାଇ ବସିଥିଲେ | ଯୁବତୀ ଜଣଙ୍କ ଶଶାଙ୍କଙ୍କ ପରିବର୍ତ୍ତେ ସୌଭିକଙ୍କ ସହ ସମୟ କଟାଇବା ଆରମ୍ଭ କରିବାରୁ ଶଶାଙ୍କ ସୌଭିକଙ୍କ ମା’ଙ୍କୁ ଏବଂ ଯୁବତୀଙ୍କୁ ଗାଳି କରିଥିଲେ | ଏହି ଘଟଣା ପରେ ଶଶାଙ୍କ ଏବଂ ସୌଭିକ ପରସ୍ପର ସହ କଥା ହେବା ବନ୍ଦ କରିଦେଇଥିଲେ | ଶଶାଙ୍କ ଏହି ଘଟଣା ବିଷୟରେ ନିଜ ବନ୍ଧୁ ଜିତେନ୍ଦ୍ରଙ୍କୁ ଜଣାଇବା ପରେ ଦୁହେଁ ସୌଭିକଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ | ଡିସେମ୍ବର ୬, ୨୦୧୦ରେ କ୍ଷମା ମାଗିବାକୁ ଚାହୁଁଛି ବୋଲି କହି ଶଶାଙ୍କ ଜିତେନ୍ଦ୍ରଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ସହ ମିଶି ସୌଭିକଙ୍କ ଘରେ ପହଞ୍ଚିଥିଲେ | କିଛି ସମୟ କଥା ହେବା ପରେ ଛାତ ଉପର ବୁଲିବାକୁ ଡାକି ନେଇ ସୌଭିକଙ୍କୁ ୩ ମହଲା ତଳକୁ ଠେଲି ଦେଇଥିଲେ ଶଶାଙ୍କ ଓ ଜିତେନ୍ଦ୍ର |

What's the Difference Between Prison and Jail? | Mental Floss
Mental Floss

ଏହି ଘଟଣା ପରେ ସୌଭିକଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ବର୍ଷେ ପର୍ଯ୍ୟନ୍ତ ସେ କୋମାରେ ରହିଥିଲେ | ବର୍ଷେ ପରେ ସେ ସୁସ୍ଥ ହୋଇ ପୁଲିସକୁ ସବୁ ଘଟଣା ଜଣାଇବା ପରେ ପୁଲିସ ଦୁହିଁଙ୍କୁ ଗିରଫ କରିଥିଲା | ହେଲେ ପରେ ଶଶାଙ୍କ ଓ ଜିତେନ୍ଦ୍ରଙ୍କୁ ଜାମିନ ମିଳିଯାଇଥିଲା | କିନ୍ତୁ ଏବେ ମାମଲାର ଶୁଣାଣି କରି ଅଦାଲତ ଦୁହିଁଙ୍କୁ ୭ବର୍ଷ ଲେଖାଏଁ ଜେଲ ଦଣ୍ଡ ଶୁଣାଇଛନ୍ତି |

ସମ୍ବନ୍ଧିତ ଖବର