ନ୍ୟୁୟର୍କ: ନ୍ୟୁୟର୍କ ସହରର ଡେମୋକ୍ରାଟିକ ମେୟର ପ୍ରାଥମିକ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ବାମପନ୍ଥୀ ସମାଜବାଦୀ ଜୋହରାନ ମମଦାନିଙ୍କ ବିଜୟ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚିନ୍ତା ପ୍ରକଟ କରିଛନ୍ତି। ନ୍ୟୁୟର୍କର ପୂର୍ବତନ ଗଭର୍ଣ୍ଣର ଆଣ୍ଡ୍ରିୟୁ କୁଓମୋ ନିର୍ବାଚନକୁ ସ୍ବୀକାର କରିବା ପରେ ଟ୍ରମ୍ପ ସାଂସଦ ଆଲେକଜାଣ୍ଡ୍ରିଆ ଓକାସିଓ-କର୍ଟେଜ୍ (ଏଓସି) ଓ ସିନେଟର ଚକ୍ ଶୁମରଙ୍କ ସମେତ ମମଦାନିଙ୍କୁ ସମର୍ଥନ କରୁଥିବା ଅନ୍ୟ ପ୍ରଗତିଶୀଳ ନେତାଙ୍କୁ ସମାଲୋଚନା କରିଥିଲେ।
ଟ୍ରମ୍ପ କହିଛନ୍ତି- ‘ଶେଷରେ ଏହା ଘଟିଛି, ଡେମୋକ୍ରାଟମାନେ ସୀମା ଅତିକ୍ରମ କରିଛନ୍ତି। ୧୦୦% କମ୍ୟୁନିଷ୍ଟ ପାଗଳ ଜୋହରାନ୍ ମମଦାନି ଏବେ ପ୍ରାଥମିକ ନିର୍ବାଚନ ଜିତି ମେୟର ହେବା ରାସ୍ତାରେ ଅଛନ୍ତି। ଆମ ପାଖରେ ପୂର୍ବରୁ ଉଗ୍ରବାଦୀ ବାମପନ୍ଥୀ ଅଛନ୍ତି, କିନ୍ତୁ ଏହା ଅଧିକ ହାସ୍ୟାସ୍ପଦ ହେବାରେ ଲାଗିଛି।’ ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ଏହି ପୋଷ୍ଟ୍ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଜଣେ ୩୩ ବର୍ଷୀୟ ସ୍ୱଘୋଷିତ ସମାଜବାଦୀଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରି ଟ୍ରମ୍ପ କହିଛନ୍ତି ଯେ ମମଦାନି ଭୟଙ୍କର ଦେଖାଯାଉଛନ୍ତି, ତାଙ୍କ ସ୍ୱର ଗମ୍ଭୀର, ସେ ବହୁତ ସ୍ମାର୍ଟ ନୁହନ୍ତି, ତାଙ୍କୁ କିଛି ଉଗ୍ରବାଦୀ ଶକ୍ତି ସମର୍ଥନ କରୁଛନତି ଏବଂ ଏପରିକି ଆମର ମହାନ ପାଲେଷ୍ଟାଇନ ସିନେଟର କ୍ରାଇନ୍ ଚକ୍ ଶୁମର ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି। ହଁ, ଆମ ଦେଶର ଇତିହାସରେ ଏହା ଏକ ବଡ଼ ଦୁର୍ଭାଗ୍ୟପୂର୍ଣ୍ଣ ମୁହୂର୍ତ୍ତ। ଅନ୍ୟ ଏକ ପୋଷ୍ଟରେ ସେ କହିଛନ୍ତି ଯେ ଡେମୋକ୍ରାଟମାନେ ରାଷ୍ଟ୍ରପତି ପଦ ପାଇଁ ‘ଲୋ ଆଇକ୍ୟୁ’ ପ୍ରାର୍ଥୀ ଜସ୍ମିନ କ୍ରୋକେଟଙ୍କୁ ମନୋନୀତ କରିବା ଉଚିତ।
ନ୍ୟୁୟର୍କ ସହରର ମେୟର ପଦ ପାଇଁ ପ୍ରାଥମିକ ନିର୍ବାଚନରେ ନ୍ୟୁୟର୍କର ପୂର୍ବତନ ଗଭର୍ଣ୍ଣର ଆଣ୍ଡ୍ରିୟୁ କୁଓମୋଙ୍କ ସମର୍ଥନ ପରେ ପ୍ରଖ୍ୟାତ ଭାରତୀୟ ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାର ଓ ଭାରତୀୟ ବଂଶୋଦ୍ଭବ ଉଗାଣ୍ଡାର ମାର୍କ୍ସବାଦୀ ବୁଦ୍ଧିଜୀବୀ ମହମ୍ମଦ ମମଦାନିଙ୍କ ପୁଅ ମମଦାନି ବିଜୟୀ ହୋଇଥିଲେ। ୯୦ ପ୍ରତିଶତ ଭୋଟ ଗଣତି ହୋଇଥିବା ବେଳେ ମମଦାନି ୪୩.୫ ପ୍ରତିଶତ ଭୋଟ୍ ପାଇଥିବା ଜଣାପଡ଼ିଛି। ଯଦି ମମଦାନି ଫାଇନାଲ ରେସ୍ରେ ବିଜୟୀ ହୁଅନ୍ତି, ତେବେ ସେ ନ୍ୟୁୟର୍କର ପ୍ରଥମ ମୁସଲମାନ ମେୟର ହେବେ।
ଭାରତୀୟ ବଂଶୋଦ୍ଭବ ପ୍ରବାସୀଙ୍କ ପୁତ୍ରଙ୍କୁ ଡେମୋକ୍ରାଟିକ୍ ସୋସାଲିଷ୍ଟସ ଅଫ୍ ଆମେରିକା ପାର୍ଟି ସମର୍ଥନ କରୁଛି। ମାମଦାନି ପାଲେଷ୍ଟାଇନ ପାଇଁ ମୁହଁ ଖୋଲିବା ଏବଂ ଇସ୍ରାଏଲ ଉପରେ ‘ଗଣହତ୍ୟା’ର ଅଭିଯୋଗ ଆଣିବା ମଧ୍ୟ ତାଙ୍କୁ ଟ୍ରମ୍ପଙ୍କ ମୁଖ୍ୟ ଟାର୍ଗେଟ୍ରେ ପରିଣତ କରିଛି। ସୂଚନାଯୋଗ୍ୟ, ମାମଦାନି ଜଣେ ଭାରତୀୟ ବଂଶୋଦ୍ଭବ ହେବା ସତ୍ତ୍ବେ ବିଭିନ୍ନ ସମୟରେ ତାଙ୍କର ଭାରତ ବିରୋଧୀ ଓ ହିନ୍ଦୁ ବିରୋଧୀ ମନ୍ତବ୍ୟ ଚର୍ଚ୍ଚାରେ ରହିଛି ଏବଂ ଅନେକ ପ୍ରବାସୀ ଭାରତୀୟ ତାଙ୍କୁ ତୀବ୍ର ବିରୋଧ କରୁଛନ୍ତି।
‘୧୦୦% କମ୍ୟୁନିଷ୍ଟ ପାଗଳ, ଉଗ୍ରବାଦୀ’
ନ୍ୟୁୟର୍କ ସହରର ଡେମୋକ୍ରାଟିକ ମେୟର ପ୍ରାଥମିକ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ବାମପନ୍ଥୀ ସମାଜବାଦୀ ଜୋହରାନ ମମଦାନିଙ୍କ ବିଜୟ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚିନ୍ତା ପ୍ରକଟ କରିଛନ୍ତି। ନ୍ୟୁୟର୍କର ପୂର୍ବତନ ଗଭର୍ଣ୍ଣର ଆଣ୍ଡ୍ରିୟୁ କୁଓମୋ ନିର୍ବାଚନକୁ ସ୍ବୀକାର କରିବା ପରେ ଟ୍ରମ୍ପ...
/sambad/media/media_files/2025/06/27/lkgfhjdh-2025-06-27-03-52-02.jpg)