ସର୍ଦ୍ଦାର ପଟେଲ ଷ୍ଟାଡିୟମ ଉଦ୍‌ଘାଟନ କରିବେ ଟ୍ରମ୍ପ୍‌, ୩ ଘଣ୍ଟା ଗୁଜରାଟ ଗସ୍ତ ପାଇଁ ଖର୍ଚ୍ଚ ୧୦୦ କୋଟି

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପାଇଁ ଏବେ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଟ୍ରମ୍ପ୍‌ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍‌ ୨୪ ଫେବ୍ରୁଆରିରେ ଭାରତକୁ ପ୍ରଥମ ଗସ୍ତରେ ଆସିବେ। ଟ୍ରମ୍ପ ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୃହ ରାଜ୍ୟ ଗୁଜରାଟର ଅହମଦାବାଦ ସହରରେ ୩ ଘଣ୍ଟା କଟାଇବେ। ଏହି ଗସ୍ତ ପାଇଁ ଗୁଜରାଟ ସରକାର ଭବ୍ୟ ପ୍ରସ୍ତୁତି କରିଛନ୍ତି ଏବଂ ୩ ଘଣ୍ଟାର ଗସ୍ତ ପାଇଁ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡ଼ିଛି। ଟ୍ରମ୍ପ୍‌ଙ୍କ ପାଇଁ ପ୍ରାୟ ୨୨ କିମି ଲମ୍ବା ରୋଡ୍‌ ସୋ, ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ‘କେମ୍‌ ଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ ପାଇଁ ଏହି ଅର୍ଥ ଖର୍ଚ୍ଚ ହେଉଛି।

ଗାନ୍ଧୀନଗର: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ତାଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ଅବସରରେ ଅହମଦାବାଦରେ ନବନିର୍ମିତ ସର୍ଦ୍ଦାର ପଟେଲ ଷ୍ଟାଡିୟମ ଉଦ୍‌ଘାଟନ କରିବେ। ଏହି ଷ୍ଟାଡିୟମରେ ୧ ଲକ୍ଷ ୧୦ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ରହିଛି। ଏହା ବିଶ୍ବର ସବୁଠାରୁ ବଡ଼ କ୍ରିକେଟ୍‌ ଷ୍ଟାଡିୟମ।

ସମ୍ବନ୍ଧିତ ଖବର