୧୦୦ କୋଟି ଟିକା ମାଇଲଖୁଣ୍ଟ : ତ୍ରିରଙ୍ଗାରେ ଆଲୋକିତ ହେଲା କୋଣାର୍କ ସମେତ ଦେଶର ୧୦୦ଟି ଐତିହ୍ୟସ୍ଥଳୀ

ଭୁବନେଶ୍ବର : ଆଜି ଦେଶରେ ୧୦୦ କୋଟି ମାତ୍ରା କରୋନା ଟିକା ଦିଆଯିବା ମାଇଲଖୁଣ୍ଟକୁ ପାଳନ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ଭେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଦେଶର ୧୦୦ଟି ପ୍ରସିଦ୍ଧ ଐତିହ୍ୟସ୍ଥଳୀକୁ ଆଲୋକିତ କରାଯାଇଛି । ଜାତୀୟ ପତାକାର ତିନୋଟି ରଂଗର ଆଲୋକ ଦ୍ବାରା ଏହି ୧୦୦ଟି ଭାସ୍କର୍ଯ୍ୟକୁ ଆଲୋକିତ କରାଯାଇଛି । ଓଡ଼ିଶାର ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ମଧ୍ୟ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଛି ।

ଆଲୋକିତ ହୋଇଥିବା ଅନ୍ୟ ୟୁନେସ୍କୋ ବିଶ୍ବଐତିହ୍ୟ ସ୍ଥଳଗୁଡ଼ିକ ମଧ୍ୟରେ ରହିଛି ଲାଲ କିଲ୍ଲା, ହୁମାୟୁନଙ୍କ କବର, କୁତବ ମୀନାର, ଆଗ୍ରା ଦୂର୍ଗ, ଫତେପୁର ସିକ୍ରି, ତାମିଲନାଡ଼ୁର ମାମଲାପୁରମ ରଥ ମନ୍ଦିର, ଗୋଆର ସେଣ୍ଟ ଫ୍ରାନ୍ସିସ ଚର୍ଚ୍ଚ, ଖଜୁରାହୋ, ରାଜସ୍ଥାନର କୁମ୍ଭଲଗଡ଼ ଓ ଚିତ୍ତୋର ଦୂର୍ଗ, ଗୁଜୁରାଟର ଧୋଲାବୀରା ଓ ବିହାରର ନାଲନ୍ଦା ବିଶ୍ବବିଦ୍ୟାଳୟ । ସେହିପରି କୋଲକାତାର ପୁରୁଣା କରେନ୍ସି ବିଲଡିଂ, ମେଟକ୍ୟାଫେ ହଲକୁ ମଧ୍ୟ ଆଲୋକିତ କରାଯାଇଛି । ସୂଚନାଯୋଗ୍ୟ ଯେ, ଭାରତ ଆଜି ୧୦୦ କୋଟି ମାତ୍ରା କରୋନା ଟିକା ପ୍ରଦାନ କରି ଏକ ମହତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି ।

ସମ୍ବନ୍ଧିତ ଖବର