ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜେପି ନେତା ଜି ଦେବରାଜ ଗୌଡା ରାଜ୍ୟର ଡେପୁଟି ସିଏମ୍ ତଥା ବରିଷ୍ଠ କଂଗ୍ରେସ ନେତା ଡି.କେ ଶିବକୁମାରଙ୍କ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ବିଜେପି ନେତା ଦାବି କରିଛନ୍ତି ଯେ ପୂର୍ବତନ ସିଏମ ତଥା ଜେଡିଏସ ରାଜ୍ୟ ସଭାପତି ଏଚଡି କୁମାରସ୍ୱାମୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିମୂର୍ତ୍ତିକୁ କଳଙ୍କିତ କରିବା ପାଇଁ ଡି.କେ ଶିବକୁମାର ୧୦୦କୋଟି ଟଙ୍କା ପ୍ରଦାନ କରିବାର ଲୋଭ ଦେଖାଇଥିଲେ।

Advertisment

ନିକଟରେ ଯୌନ ଶୋଷଣ ମାମଲାରେ ଦେବରାଜ ଗୌଡାଙ୍କୁ ଗିରଫ କରିଥିଲା। ଶନିବାର ଦିନ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା, ଏହି ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ଏଭଳି ଦାବି କରିଥିଲେ।

ସେ ଦାବି କରିଛନ୍ତି ଅଶ୍ଳୀଳ ଭିଡିଓ ପ୍ରସଙ୍ଗରେ ଶିବକୁମାର ଏକ ବଡ ଷଡ଼ଯନ୍ତ୍ର ରଚିଥିଲେ। ଏହା ଅନ୍ତର୍ଗତ ସେ ପ୍ରଧାନମନ୍ତ୍ରୀ ମୋଦୀ, ଏଚଡି କୁମାରସ୍ୱାମୀ ଏବଂ ବିଜେପିର ଭାବମୂର୍ତ୍ତିକୁ କଳଙ୍କିତ କରିବାକୁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ। ଏଥିପାଇଁ ମୋତେ ୧୦୦ କୋଟି ଟଙ୍କା ଦିଆଯାଇଥିଲା ଏବଂ ୫ କୋଟି ଟଙ୍କା ମଧ୍ୟ ଅଗ୍ରୀମ ଭାବରେ ପଠାଯାଇଥିଲା। ଏହି ଚୁକ୍ତିରେ ମଧ୍ୟସ୍ଥତା ପାଇଁ ଜଣେ ସ୍ଥାନୀୟ ନେତାଙ୍କୁ ଚୟନ କରାଯାଇଥିଲା।

ଡି.କେ ଶିବକୁମାର ତାଙ୍କ ନାମକୁ ଅଶ୍ଳୀଳ ଭିଡିଓ ମାମଲାରେ ଯୋଡି ପିଏମ ମୋଦୀଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚାହୁଁଥିଲେ। ଶିବକୁମାର ଏଚଡି କୁମାରସ୍ୱାମୀଙ୍କ ରାଜନୀତିକୁ ଶେଷ କରିବାକୁ ଚାହୁଁଥିଲେ। ବିଜେପି ନେତା ଦାବି କରିଛନ୍ତି ଯେ ଯେତେବେଳେ ସେ ଏହି ଷଡଯନ୍ତ୍ରରେ ଭାଗ ନେବାକୁ ମନା କରିଦେଇଥିଲେ ସେତେବେଳେ ତାଙ୍କୁ ଅତ୍ୟାଚାର ମାମଲାରେ ସମ୍ପୃକ୍ତ କରିବାକୁ ଚେଷ୍ଟା କରାଯାଇଥିଲା ଏବଂ ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ବିଜେପି ନେତା ଶିବାକୁମାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବିଜେପି ନେତା କହିଛନ୍ତି, 'ମୋତେ ଏଭଳି ବିବୃତ୍ତି ଦେବାକୁ କୁହାଯାଇଥିଲା ଯେ ଏଚଡି କୁମାରସ୍ୱାମୀ ପ୍ରଜୱାଲ ରେଭାନ୍ନା ମାମଲାରେ ଅଶ୍ଳୀଳ ଭିଡିଓର ପେନ୍ ଡ୍ରାଇଭ୍ ବଣ୍ଟନ କରିଛନ୍ତି, କିନ୍ତୁ ବାସ୍ତବରେ ଡି.କେ ଶିବକୁମାର ଏହି ପେନ୍ ଡ୍ରାଇଭ୍ ରେଭାନ୍ନାଙ୍କ ପୂର୍ବତନ ଡ୍ରାଇଭର କାର୍ତ୍ତିକ ଗୌଡାଙ୍କଠାରୁ ପାଇଥିଲେ ଗୌଡା କହିଛନ୍ତି, 'ଯେତେବେଳେ ମୁଁ ଶିବକୁମାରଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲି, ସେତେବେଳେ ମୋ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ମୋତେ ଗିରଫ କରାଯାଇଥିଲା। ମୁଁ ମୁକ୍ତ ହେବା ପରେ ଶିବକୁମାରଙ୍କ ଅସଲ ମୁଖା ଖୋଲିଦେବି। କର୍ଣ୍ଣାଟକରେ କଂଗ୍ରେସ ସରକାରଙ୍କର ପତନ ଘଟିବାକୁ ଯାଉଛି।

ଦେବରାଜ ‌ଗୌଡା ଦାବି କରିଛନ୍ତି ଯେ 'ଡି.କେ ଶିବକୁମାରଙ୍କ ସହ ବାର୍ତ୍ତାଳାପର ଏକ ରେକର୍ଡିଂ ଅଛି, ଯାହା ସେ ଜେଲରୁ ବାହାରିବା ପରେ ପ୍ରକାଶ କରିବେ ଏବଂ ଏହା ପରେ କଂଗ୍ରେସ ସରକାର ପତନ ହେବ। ଅଶ୍ଳୀଳ ଭିଡିଓ ମାମଲାରେ ମୁଁ ଏସଆଇଟି ତଦନ୍ତକୁ ବିଶ୍ୱାସ କରେ ନାହିଁ। ମୁଁ ମାମଲା ସହ ଜଡିତ ସମସ୍ତ ପ୍ରମାଣ ସିବିଆଇକୁ ଦେବି। ମୋ ପାଖରେ ଥିବା ଭିଡିଓଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଜ୍ ହୋଇଥିବା ଅନ୍ୟ ଭିଡିଓଗୁଡିକ ଠାରୁ ଭିନ୍ନ ।