୭ ବର୍ଷର ଏହି ଝିଅ ଏବେ କୋଟିପତି, ଜାଣନ୍ତୁ ଟଙ୍କା ରୋଜଗାର କରିବାର ରହସ୍ୟ

ନିଜ ସ୍ବପ୍ନ ପୂରଣ କରିବା ପାଇଁ ସମସ୍ତ ବ୍ୟକ୍ତି ପରିଶ୍ରମ କରନ୍ତି ଓ ଟଙ୍କା କମାନ୍ତି | କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏଭଳି ଘଟିନଥାଏ | ମାତ୍ର ୭ ବର୍ଷ ବୟସରେ ଏହି ଝିଅ ଏବେ କୋଟିପତିଙ୍କ ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି | ବଡ଼କଥା ଯେ ଏହି ଝିଅର ନାମକୁ ଏବେ ଫୋର୍ବସ ମାଗାଜିନ ମଧ୍ୟ ନିଜ ତାଲିକାରେ ସାମିଲ କରିଛି | ଏହି ଝିଅର ନାମ ହେଉଛି ରୟନ | ସେ ଯୁକ୍ତରାଜ୍ୟରେ ରହୁଥିବାବେଳେ କେବଳ ଖେଳନାର ସମୀକ୍ଷା କରି ଏହାକୁ ୟୁଟ୍ୟୁବରେ ପୋଷ୍ଟ କରିଥାନ୍ତି |

ରୟନ ଟୟଜ ରିଭ୍ୟୁ ନାମକ ୟୁଟ୍ୟୁବ ଚ୍ୟାନେଲ କରି ଏହି ଝିଅ ୧୦୦ କୋଟିରୁ ଅଧିକ ଟଙ୍କା ଆୟ କରିସାରିଲେଣି | ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରିବା ମାତ୍ରେ ବହୁ ସଂଖ୍ୟାରେ ପିଲାମାନେ ଓ ଅଭିଭାବକମାନେ ଏହାକୁ ଦେଖିଥାନ୍ତି | ଯାହାଫଳରେ ୟୁଟ୍ୟୁବର ଲାଭ ହେବା ସହ ରୟନଙ୍କୁ ଏଥିପାଇଁ ୟୁଟ୍ୟୁବ ପଇସା ଦେଇଥାଏ |

ରୟନ ଯେଉଁ ରିଭ୍ୟୁ କରିଥାନ୍ତି ସେଥିରେ ଦୁଇଟି କଥାକୁ ଗୁରୁତ୍ୱ ଦେଇଥାନ୍ତି | ପ୍ରଥମତଃ ପିଲାମାନେ କିଭଳି ଖେଳିବା ଉଚିତ ଓ ଦ୍ବିତୀୟତଃ ଅଭିଭାବକମାନେ କିଭଳି ପିଲାଙ୍କୁ ଏହି ଖେଳନା ବ୍ୟବହାର କରିବାକୁ ଦେବେ ସେ ବିଷୟରେ କହିଥାନ୍ତି | ଗତବର୍ଷ ୟୁଟ୍ୟୁବରୁ ଆୟ ତାଲିକାରେ ଏହି ଝିଅ ୮ ନମ୍ବର ସ୍ଥାନରେ ଥିବାବେଳେ ଏଥର ପ୍ରଥମ ସ୍ଥାନରେ ପହଁଚିଯାଇଛନ୍ତି |

ସମ୍ବନ୍ଧିତ ଖବର