ମୁମ୍ବାଇ : ସରକାରଙ୍କ ପାଖରେ ୧୦୦ କୋଟିରୁ ଅଧିକ ସେୟାର ରହିଛି ଯାହାର କେହି ଦାବିଦାର ନାହାନ୍ତି। ପ୍ରତିବର୍ଷ ସେଥିରେ ନୂଆ ସେୟାର ଯୋଡ଼ି ହେଉଛି। ସରକାରଙ୍କ ନିବେଶକ ଶିକ୍ଷା ଏବଂ ସୁରକ୍ଷା ପାଣ୍ଠି (ଆଇଇପିଏଫ୍‌)ରେ ୧୧୫ କୋଟି ସେୟାର ରହିଛି ଯାହା କେହି ଦାବିଦାର ନାହାନ୍ତି। ୨୦୧୮-୧୯ରେ ଏଭଳି ସେୟାର ସଂଖ୍ୟା ୬୫ ଲକ୍ଷ ଥିଲା। ୨୦୧୯-୨୦ରେ ତାହା ୭୯ ଲକ୍ଷ, ୨୦୨୦-୨୧ରେ ୯୨ ଲକ୍ଷ ଥିଲା। ୨୦୨୨-୨୩ରେ ତାହା ୧୧୫ କୋଟିକୁ ବୃଦ୍ଧି ପାଇଛି।

Advertisment

ଆଇଇପିଏଫ୍‌ରେ ୨୦୧୮-୧୯ରେ ୨,୪୨୩.୧୯ କୋଟଇ ଟଙ୍କାର ଦାବିଦାର ନଥିବା ପାଣ୍ଠି ଥିଲା ଯାହା କ୍ରେଡିଟ୍ ହୋଇନଥିବା ଲାଭାଂଶ ଏବଂ ଦାବି କରାଯାଇଥିବା ରାଶି ବର୍ଗରେ ରହିଛି। ୨୦୧୯-୨୦ରେ ତାହା ୪,୩୧୦ କୋଟି ଟଙ୍କା, ୨୦୨୦-୨୧ରେ ୪,୮୧୬ କୋଟି ଟଙ୍କା, ୨୦୨୧-୨୨ରେ ୫୨୬୨ କୋଟି ଟଙ୍କା ଏବଂ ୨୦୨୨-୨୩ରେ ତାହା ୫,୫୩୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି।