୫୦,୦୦୦ ବୁଲା ଗୋରୁଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା କରିବାକୁ ଅଧିକାରୀଙ୍କୁ ୧୦୦ ଦିନର ଟାର୍ଗେଟ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ରାଜ୍ୟର କୃଷି ଏବଂ ଅନ୍ୟ ସହଯୋଗୀ ବିଭାଗର ଅଧିକାରୀମାନଙ୍କୁ ୧୦୦ ଦିନ ମଧ୍ୟରେ ୫୦,୦୦୦ ବୁଲା ଗୋରୁଙ୍କୁ ଆଶ୍ରୟ ନିର୍ମାଣ କରିବା ଏବଂ ଦ୍ୱିତୀୟ କାର୍ଯ୍ୟକାଳର ଛଅ ମାସ ମଧ୍ୟରେ ଏହାକୁ ବୃଦ୍ଧି କରି ୧ ଲକ୍ଷ ଗୋରୁଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ, ଏହି ସମୟ ସୀମା ମଧ୍ୟରେ ସେ ସେମାନଙ୍କୁ ଏକ ‘ଗାଈ ଅଭୟାରଣ୍ୟ’ ନିର୍ମାଣ ଶେଷ କରିବାକୁ କହଛନ୍ତି, ଯେଉଁଥିରେ ୧୦୦ ଦିନ ମଧ୍ୟରେ ପ୍ରାୟ ୫,୦୦୦ ବୁଲା ଗୋରୁ ରହିବେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ମିର୍ଜାପୁର ଜିଲ୍ଲାର ହାଲିଆ ଅଞ୍ଚଳରେ ଏକ ପ୍ରାକୃତିକ ଜଳ ଉତ୍ସ ଏବଂ ଜଙ୍ଗଲ ଅଞ୍ଚଳ ସହିତ ରାଜ୍ୟର ପ୍ରଥମ ଗାଈ ଅଭୟାରଣ୍ୟ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ଏହି ଅଭୟାରଣ୍ୟକୁ ଏକ ପର୍ଯ୍ୟଟନ ସ୍ଥାନ ତଥା ଗୋରୁ ସଂରକ୍ଷଣ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଯୋଜନା ରଖା ଯାଇଥିଲା। କିନ୍ତୁ, କରୋନା ମହାମାରୀ ଏବଂ ବିଧାନସଭା ନିର୍ବାଚନ ହେତୁ ଏହି ପ୍ରସ୍ତାବିତ ଗୋରୁ ଅଭୟାରଣ୍ୟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର