ଆସାମ ବନ୍ୟାରେ ଗଲାଣି ୧୦୦ ହରିଣଙ୍କ ଜୀବନ

ଗୌହାଟୀ: ପ୍ରବଳ ବର୍ଷା ସାଙ୍ଗକୁ ବ୍ରହ୍ମପୁତ୍ର ଓ ଏହାର ଶାଖା ନଦୀମାନଙ୍କରେ ଆସିଥିବା ବନ୍ୟା ଆସାମରେ ତାଣ୍ଡବ ରଚାଇଛି | ଆସାମରେ ହୋଇଥିବା ବନ୍ୟାରେ ଏ ପର୍ଯ୍ୟନ୍ତ ୬୭ ଜଣ ଲୋକଙ୍କର ମୃତ୍ୟୁ ହେଲାଣି | ସେହିପରି ୧୮୭ଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଥିବାର ବନ ବିଭାଗ ପକ୍ଷରୁ କୁହାଯାଇଛି | ଏମାନଙ୍କ ମଧ୍ୟରୁ ୧୫ଟି ଗଣ୍ଡା ରହିଥିବାବେଳେ ୧୦୦ରୁ ଅଧିକ ହରିଣଙ୍କର ମୃତ୍ୟୁ ହୋଇଛି |

ଆସାମ ବନ୍ୟାରେ ୩୩ ଲକ୍ଷ ୫୫ ହଜାର ଲୋକ ପ୍ରଭାବିତ ହୋଇଥିବାର ସରକାରଙ୍କ ପକ୍ଷରୁ କୁହାଯାଇଛି | ବନ୍ୟାରେ ଢେମଜୀ, ନାଲବାଡ଼ି, କୋକରାଝର, ଜୋରାହଟ ପ୍ରମୁଖ ଜିଲ୍ଲାର ୨୦୦୦ରୁ ଅଧିକ ଗାଁ ଏବେ ବି ବନ୍ୟା ଜଳରେ ବୁଡି ରହିଛି |

www.indiatimes.com

ସେହିପରି କାଜିରଙ୍ଗା ଜାତୀୟ ଉଦ୍ୟାନର ୯୦ ପ୍ରତିଶତ ଅଞ୍ଚଳ ବୁଡିରହିଛି | ତେବେ ବର୍ତ୍ତମାନ ଧୀରେ ଧୀରେ ଜଳସ୍ତର କମୁଥିବାରୁ ସ୍ଥିତି ସୁଧୁରୁଛି | ବଡ କଥା ଜାତୀୟ ଉଦ୍ୟାନ ବନ୍ୟା ପାଣିରେ ବୁଡି ରହିଥିବାରୁ ବନ୍ୟ ଜନ୍ତୁମାନେ ଉଦ୍ୟାନ ଦେଇ ଯାଇଥିବା ରାଜପଥ ଉପରକୁ ଚାଲିଆସିଥିଲେ | ଯାହାଫଳରେ ଦ୍ରୁତ ଗତିରେ ଯାଉଥିବା ଗାଡି ଧକ୍କାରେ ୧୬ଟି ଜନ୍ତୁଙ୍କର ପ୍ରାଣ ଯାଇଛି |

ସମ୍ବନ୍ଧିତ ଖବର