ଜ୍ୱର ହୋଇ ଥିବାରୁ ଥର୍ମୋମିଟରର ଫଟୋ ପଠାଇଲେ ପ୍ରେମିକା, ଭୁଲବଶତଃ ଥର୍ମୋମିଟରକୁ ପ୍ରେଗ୍‌ନେନ୍‌ସି ଟେଷ୍ଟ କିଟ୍‌ ଭାବିନେଲେ ପ୍ରେମିକ, ତା’ ପରେ…

ନୂଆଦିଲ୍ଲୀ: କାଲିଫର୍ଣ୍ଣିଆରେ ରହୁଥିବା ୧୮ବର୍ଷୀୟ ଇଜାକ୍‌ ଟୋର୍ସ ଯାହା କରିଛନ୍ତି ତାହାକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କୌଣସି ଜିନିଷକୁ ଠିକ୍‌ ଭାବରେ ନ ଦେଖି ପ୍ରତିକ୍ରିୟା ରଖିଥିବାରୁ ତାଙ୍କୁ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି ।

ସୂଚନା ମୁତାବକ, ଇଜାକ୍‌ଙ୍କ ପ୍ରେମିକା ଭେନେସାଙ୍କୁ ଭୀଷଣ ଜ୍ୱର ହୋଇ ଥିବାରୁ ସେ ଶୋଇ ପାରୁ ନଥିଲେ । ଏହା ପରେ ସେ ଥର୍ମୋମିଟରରେ ନିଜ ଜ୍ୱରକୁ ମାପିବା ପରେ ୧୦୦ ଡିଗ୍ରି ଫାରେନ୍‌ହାଇଟ୍‌ ବୋଲି ଜାଣିବାକୁ ପାଇଥିଲେ । ନିଜେ ଆଶ୍ଚର୍ଯ୍ୟ ହେବା ସହ ସେ ଥର୍ମୋମିଟରର ଫଟୋ ଉଠାଇ ଇଜାକ୍‌ଙ୍କ ପାଖକୁ ଛାଡ଼ିଥିଲେ । ଇଜାକ୍‌ ନିଦରେ ଥିବାରୁ ସେ ଥର୍ମୋମିଟରକୁ ପ୍ରେଗ୍‌ନେନ୍‌ସି କିଟ୍‌ ବୋଲି ଭାବି ଭେନେସା ୧୦୦ଡିଗ୍ରି ଗର୍ଭବତୀ ଥିବା ଭାବି ନେଇଥିଲେ । ଯାହା ସେ ଭାବୁଛନ୍ତି ତାହା ଅସମ୍ଭବ ବୋଲି ଜାଣି ମଧ୍ୟ ସେ ଭେନେସାଙ୍କୁ, ଏହା କିପରି ସମ୍ଭବ? ତୁମେ ତ ଗର୍ଭ ନିରୋଧକ ଔଷଧ ଖାଉଥିଲ । ଏମିତି କେମିତି ହେଲା ବୋଲି ଲେଖି ଦେଇଥିଲେ ।

ଯାହାକୁ ଦେଖି ଭେନେସା ପ୍ରଥମେ କିଛି ବୁଝି ପାରି ନଥିବା ବେଳେ ପରେ ବୁଝି ହସିବାକୁ ଲାଗିଥିଲେ । ଏହା ସହ ସେ ନିଜର ଏବଂ ଇଜାକ୍‌ଙ୍କ ମଧ୍ୟରେ ହୋଇଥିବା କଥାବର୍ତ୍ତାକୁ ଟୁଇଟରରେ ସେୟାର କରିଥିଲେ । ଇଜାକ୍‌ ନିଦ ଭାଙ୍ଗି ନିଜର ଭୁଲ ବୁଝିବା ବେଳକୁ ସେ ରଖିଥିବା ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହୋଇ ସାରିଥିଲା ।

ସମ୍ବନ୍ଧିତ ଖବର