ବ୍ୟାଙ୍କକ୍: ଲାଓସ୍ରେ ଏକ ନିର୍ମାଣାଧୀନ ହାଇଡ୍ରୋପାଓ୍ଵାର ଡ୍ୟାମ୍ ଆଜି ଭୁଶୁଡ଼ି ପଡ଼ିଛି। ଶତାଧିକ ଲୋକଙ୍କ ପତ୍ତା ମିଳୁନଥିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଡ୍ୟାମ୍ ଭୁଶୁଡ଼ି ପଡ଼ିବାଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଅନେକ ଘରଦ୍ୱାର ଭାସି ଯାଇଛି। ଆଟେପେଉ ପ୍ରଦେଶ ସାନ୍ ସାଇ ଜିଲ୍ଲାରେ ନିର୍ମାଣାଧୀନ ହାଇଡ୍ରୋପାଓ୍ଵାର ଡ୍ୟାମ୍ ଅଚାନକ ଭୁଶୁଡ଼ି ପଡ଼ିଥିଲା।
ଡ୍ୟାମ୍ ଭୁଶୁଡ଼ି ଶତାଧିକ ମୃତ
/sambad/media/post_attachments/wp-content/uploads/2018/07/c1_1509298_620x413.jpg)