ଡିିସେମ୍ବର ୩୧ ସୁଦ୍ଧା ଦେଶର ୭୫ଟି ରେଳ ଷ୍ଟେସନରେ ପ୍ରତିଷ୍ଠା ହେବ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ତ୍ରିରଙ୍ଗା

ମୁମ୍ବାଇ: ଦେଶର ୭୫ଟି ରେଳ ଷ୍ଟେସନର ପରିସରରେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା (ତ୍ରିରଙ୍ଗା) ପ୍ରତିଷ୍ଠା କରିବା ପାଇଁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଆସନ୍ତା ଡିସେମ୍ବର ୩୧ ତାରିଖ ପୂର୍ବରୁ ଏ-୧ ଶ୍ରେଣୀ ମଧ୍ୟରେ ଆସୁଥିବା ଦେଶର ଦେଶର ୭୫ଟି ରେଳ ଷ୍ଟେସନର ପରିସରରେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ପ୍ରତିଷ୍ଠା କରିବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତ୍ରିରଙ୍ଗାକୁ ବିଧିବ୍ୟବସ୍ଥା ଅନୁଯାୟୀ ସମସ୍ତ ପ୍ରକାରର ସମ୍ମାନ ଦିଆଯିବା ସହ ଏହାକୁ ରେଳ ଷ୍ଟେସନମାନଙ୍କରେ ପ୍ରତିଷ୍ଠା କରାଯିବ। ଗୋଟିଏ ଗୋଟିଏ ତ୍ରିରଙ୍ଗା ପ୍ରତିଷ୍ଠା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୭ଲକ୍ଷ ଟଙ୍କା ଲେଖାଁଏ ଖର୍ଚ୍ଚ କରାଯିବ।

ଉଲ୍ଲେଖଯୋଗ୍ୟ, ଯେଉଁ ସମସ୍ତ ଷ୍ଟେସନ୍‌ମାନଙ୍କରୁ ବାର୍ଷିକ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆୟ କରାଯାଉଛି ସେହି ସମସ୍ତ ଷ୍ଟେସନଗୁଡ଼ିକୁ ଏ-୧ ଶ୍ରେଣୀର ମାନ୍ୟତା ପ୍ରଦାନ କରାଯାଇଛି। ଏହିକ୍ରମରେ ମୁମ୍ବାଇର ୭ଟି ଷ୍ଟେସନରେ ପରିସରରେ ପ୍ରଥମ ପର୍ଯ୍ୟାୟରେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ପ୍ରତିଷ୍ଠା କରାଯିବ ବୋଲି ଜଣିବାକୁ ମିଳିଛି। ମୁମ୍ବାଇର ଯେଉଁ ୭ଟି ଷ୍ଟେସନ ପରିସରରେ ପ୍ରଥମ ପର୍ଯ୍ୟାୟରେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ପ୍ରତିଷ୍ଠା କରାଯିବ ସେଗୁଡ଼ିକ ହେଲା ସିଏସ୍‌ଏମ୍‌ଟି, ମୁମ୍ବାଇ ସେଣ୍ଟ୍ରାଲ, ବାନ୍ଦ୍ରା ଟର୍ମିନସ୍‌, ଥାନେ, କଲ୍ୟାଣ, ଲୋକମାନ୍ୟ ତିଲକ ଟର୍ମିନସ୍‌ ଏବଂ ଦାଦର।

ସମ୍ବନ୍ଧିତ ଖବର