ଗୌହାଟୀରେ ସିଲିଣ୍ଡର ବିସ୍ଫୋରଣରେ ୧୦୦ ଘର ଜଳିଗଲା

ଗୌହାଟୀ : ଗୌହାଟୀର ଏକ ବସ୍ତିରେ ଏକାଧିକ ସିଲିଣ୍ଡର ବିସ୍ଫୋରଣ ହୋଇ ଶତାଧିକ ଘର ଜଳିଯାଇଛି। ଶୁକ୍ରବାର ରାତିରେ ଫଟାସିଲ ଅମ୍ବାରି ଅଞ୍ଚଳରେ ଏହି ଅଘଟଣ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ୨୦ରୁ ଅଧିକ ଦମକଳ ଗାଡ଼ି ନିଆଁଲିଭା କାର୍ଯ୍ୟରେ ଲାଗିଛି।

ଅଧିକାରୀଙ୍କ କହିବାନୁଯାୟୀ, ଏକାଧିକ ସିଲିଣ୍ଡର ବିସ୍ଫୋରଣ ହେବାରୁ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି। ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାପାଇଁ ‌ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସ୍ଥଳକୁ ପରିସ୍ଥିତି ଅନୁଧ୍ୟାନ ପାଇଁ ଦୁଇଜଣ ମନ୍ତ୍ରୀ ମଧ୍ୟ ଯାଇଛନ୍ତି। ଗୌହାଟୀ ପୁଲିସ କମିସନର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର