ମହୀଶୂର: ବନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟ (ବିଟିଆର୍) ଭିତରେ ଜଣେ ମହିଳାଙ୍କୁ ମାରି ଖାଇଥିବା ବାଘକୁ ଠାବ କରିବା ଓ ଧରିବା ପାଇଁ ବୈଷୟିକ ଟିମ୍, ପ୍ରଶିକ୍ଷିତ ହାତୀ ଓ ପିଞ୍ଜରା ସହ ଏକ ବିଶାଳ ଫୋର୍ସ ମୁତୟନ କରାଯାଇଛି। ସ୍ୱତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ, ହାତୀ ଟାସ୍କ ଫୋର୍ସ, କଲରାପତରିଆ ଟାସ୍କ ଫୋର୍ସ ଏବଂ ୮ଟି ଶିକାର ନିରୋଧୀ ୟୁନିଟ୍ ସହ ଜଡ଼ିତ ପ୍ରାୟ ୧୦୦ ଜଣ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଡ୍ରୋନ୍, କ୍ୟାମେରା, ବନ ପର୍ଯ୍ୟବେକ୍ଷକ ଏବଂ ପ୍ରାଣୀ ଚିକିତ୍ସକଙ୍କ ସହ ୩ଟି ପ୍ରଶିକ୍ଷିତ ହାତୀ ଏବେ ଏହି ମାରାତ୍ମକ ବାଘକୁ ଖୋଜୁଛନ୍ତି। ତଦାରଖ ପାଇଁ ଅଧିକ କ୍ୟାମେରା ଏବଂ ବାଘକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ତୁମକୁରୁ କେଜ୍ ସମେତ ୩ଟି ପିଞ୍ଜରା ଲଗାଯାଇଛି।