ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ବଡ଼ ବୟାନ : ମୁଁ ଆର୍ମିରେ ଥିବା ସମୟରେ ୧୦୦ଟି ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା, କିନ୍ତୁ ନାମ ଭିନ୍ନ ଥିଲା

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ପ୍ରଚାର ସମୟରେ ରାମାୟଣ ଏବଂ ମହାଭାରତର ଚରିତ୍ରଙ୍କ ନାମ ପ୍ରୟୋଗ କରାଯିବା ସହ ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ମଧ୍ୟ ରାଜନୀତି ଜୋର ଧରିଛି । ଏନ୍‌ଡିଏ ସରକାର ଅମଳରେ ଦୁଇ ଥର ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିବା ବେଳେ ଯୁପିଏ ଅମଳରେ ମଧ୍ୟ ଅନେକ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା ବୋଲି ବିଭିନ୍ନ କଂଗ୍ରେସ ନେତା ଦାବି କରିବା ଆରମ୍ଭ କରିଛନ୍ତି । ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୟୁପିଏ ଅମଳରେ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିବା ନେଇ ଦାବି କରିଥିବା ବେଳେ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ନିଜର ବୟାନ ଦେଇଛନ୍ତି ।

ମୁଁ ଆର୍ମିରେ ଥିବା ବେଳେ ୧୦୦ଟି ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଛି ବୋଲି କହି ନିର୍ବାଚନୀ ମାହୋଲକୁ ଆହୁରି ସରଗରମ କରିଛନ୍ତି ଅମ୍ରିନ୍ଦର ସିଂହ । ବିଜେପି ସରକାର ପାଇଁ ଭାରତୀୟ ସେନା ପାକିସ୍ତାନ ଯାଇ ସର୍ଜିକାଲ ଷ୍ଟ୍ରାଇକ୍‌ କରି ପାରିଲେ ବୋଲି ନିଜର ନିର୍ବାଚନୀ ପ୍ରଚାରରେ ବିଜେପି କହୁଥିବା ଦେଖି ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ।

oneindia.com

ତାଙ୍କ କହିବା ଅନୁଯାୟୀ, ଇତିହାସ ବିଷୟରେ ବିଜେପି କିଛି ଜାଣି ନାହିଁ । ଯିଏ ସେନାର ଇତିହାସ ବିଷୟରେ ଜାଣିଥିବ, ସେ ପୂର୍ବରୁ ଅନେକ ଥର ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଛି ବୋଲି ମଧ୍ୟ ଜାଣିଥିବ । ୧୯୬୦ମସିହାରେ ମୁଁ ସେନାରେ ଥିବା ବେଳେ ୧୦୦ଟି ଷ୍ଟ୍ରାଇକ୍‌ ହୋଇଥିଲା । ବିଜେପି କେବଳ ଏହାକୁ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ ନାଁ ଦେଇ ସାମ୍ନାକୁ ଆଣିଛି । ସେ ସମୟରେ ଆମେ ଏହାକୁ କ୍ରାସ୍‌ ବର୍ଡର ରେଡ କହୁଥିଲୁ ।

ସମ୍ବନ୍ଧିତ ଖବର