ରାଜସ୍ଥାନରେ ଜିକା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା

ଜୟପୁର : ରାଜସ୍ଥାନରେ ଜିକା ଭାଇରସ୍‌ ଏବେ ଆତଙ୍କ ଖେଳାଇଛି। ରାଜ୍ୟରେ ଜିକା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୨୩ ଜଣ ଗର୍ଭବତୀ ମହିଳା ଅଛନ୍ତି। ସଂକ୍ରମଣ ଦ୍ରୁତ ଗତି‌େର ବ୍ୟାପୁଥିବାରୁ କେନ୍ଦ୍ର ସରକାର ଏବେ ଆଇସିଏମ୍‌ଆର (ଇଣ୍ଡିଆନ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ) ଟିମ୍‌ ଜୟପୁରକୁ ପଠାଇଛନ୍ତି। ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାପାଇଁ ଆଇସିଏମ୍‌ଆର ଦଳ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର