ନୂଆଦିଲ୍ଲୀ: ପୂରା ବିଶ୍ବରେ ଆତଙ୍କ ଖେଳାଇ ଦେଇଥିବା କରୋନା ଭାଇରସ୍ର ପ୍ରକୋପ ଭାରତରେ ଜାରି ରହିଛି ଏବଂ ୨୪ ଘଣ୍ଟା ମଧ୍ୟରେ ୩୫୪ ନୂଆ ମାମଲା ସାମ୍ନାକୁ ଆସିଛି। ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୮୯ରେ ପହଞ୍ଚିଥିବା ବେଳେ ଏହି ଘାତକ ଭୂତାଣୁ ଯୋଗୁଁ ଏ ପର୍ଯ୍ୟନ୍ତ ୧୨୪ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷରେ ୩୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୮ରେ ପହଞ୍ଚିବା ସହ ଏହା ତାଲିକାର ଶୀର୍ଷରେ ରହିଛି। ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ୪୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ମହାରାଷ୍ଟ୍ରରେ ୨ଟି ବିଶାଳ ହସ୍ପିଟାଲକୁ କରୋନା ପାଇଁ ସିଲ୍ କରାଯାଇଛି। ବହୁ ସଂଖ୍ୟାରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ହୋଇଥିବାରୁ ଆତଙ୍କ ବଢ଼ିଛି। ତାମିଲନାଡ଼ୁରେ ବିଗତ ୩ ଦିନ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ିଛି ଏବଂ ଆଜି ୬୩୪ରେ ପହଞ୍ଚିଛି। ସେଥିରୁ ୬୨୧ଟି ମାମଲା ସକ୍ରିୟ ରହିଛି। ଏହି ମହାମାରୀରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ଘଟିଛି। କେରଳରେ କରୋନା ଭାଇରସ୍ ପଜିଟିଭ୍ ସଂଖ୍ୟା ୩୮୭ ରହିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ମରକଜ ମାମଲା ପରେ ସ୍ଥିତି ସାଂଘାତିକ ହୋଇଛି। ଏ ପର୍ଯ୍ୟନ୍ତ ୫୪୯ ମାମଲା ସାମ୍ନାକୁ ଆସିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ କରୋନା ଯାଞ୍ଚ ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ଏବଂ ବିଭିନ୍ନ ଅଂଚଳ ସିଲ୍ କରି ଆକ୍ରାନ୍ତଙ୍କ ସଂପର୍କରେ ଖବର ସଂଗ୍ରହ କରାଯାଉଛି। ଆନ୍ଧ୍ର ପ୍ରଦେଶରେ ଏ ପର୍ଯ୍ୟନ୍ତ ୨୭୦ ମାମଲା ସାମ୍ନାକୁ ଆସିଥିବା ବେଳେ ଆସାମରେ ୨୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚଣ୍ଡିଗଡ଼ରେ ୧୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବିହାରରେ ୩୩ ଜଣ, ଛତିଶଗଡ଼ରେ ୧୮ ଜଣ, ଗୋଆରେ ୭ ଜଣ, ଗୁଜରାଟରେ ୧୭୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ହରିୟାଣାରେ ୧୧୬ ଜଣ କରୋନା ଭାଇରସ୍ ଆକ୍ରାନ୍ତ ହୋଇଥିବା ବେଳେ ହିମାଚଳ ପ୍ରଦେଶରେ ୧୬ ଜଣ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ କାଶ୍ମୀରରେ ୧୧୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୮ରେ ପହଞ୍ଚିଛି ଏବଂ ଏଠାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ରେ ପହଞ୍ଚିଛି ଏବଂ ୯ ଜଣଙ୍କୁ ମୃତ୍ୟୁ ଘଟିଛି।
ଭାରତରେ କରୋନା ପ୍ରକୋପ: ମହାରାଷ୍ଟ୍ରରେ ୧୦୦୦ରୁ ଅଧିକ ଆକ୍ରାନ୍ତ, ଦେଶବ୍ୟାପୀ ୪୭୮୯ ସଂକ୍ରମିତ
୧୨୪ ମୃତ, ୨୪ ଘଣ୍ଟାରେ ୩୫୪ ମାମଲା
/sambad/media/post_attachments/wp-content/uploads/2020/04/f87hf98h7fs89hsfhhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)