ନୂଆଦିଲ୍ଲୀ : ପ୍ରାୟ ୧୦୦୦ ବିଦେଶୀ ଏବେ ଆସାମର ୬ଟି ଅସ୍ଥାୟୀ ଜେଲ୍ରେ ରହିଛନ୍ତି। ୨୦୧୬ରୁ ଅକ୍ଟୋବର ୧୩, ୨୦୧୯ ମଧ୍ୟରେ ୨୮ ଜଣଙ୍କର ଅଟକ କେନ୍ଦ୍ରରେ କିମ୍ବା ହସ୍ପିଟାଲ୍ରେ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ଆସାମ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ନଭେମ୍ବର ୨୨, ୨୦୧୯ ସୁଦ୍ଧା ୯୮୮ ଜଣ ବିଦେଶୀ ଆସାମର ୬ ଅଟକ କେନ୍ଦ୍ରରେ ରହିଛନ୍ତି। ତେବେ ଅଟକ କେନ୍ଦ୍ରରେ ଆବଶ୍ୟକ ସୁବିଧାସୁଯୋଗ ମିଳୁଛି। ଖାଦ୍ୟଠାରୁ ଆରମ୍ଭ କରି ପୋଷାକ, ଏବଂ ପ୍ରତି ୱାର୍ଡରେ ଟିଭି ସୁବିଧା ରହିଛି। ଏଥିସହ ଲାଇବ୍ରେରି, ଯୋଗ ଏବଂ ଧ୍ୟାନ କେନ୍ଦ୍ର ମଧ୍ୟ ରହିଥିବା ରାୟ କହିଛନ୍ତି।
ଆସାମରେ ଅଟକ ଅଛନ୍ତି ୧ ହଜାର ବିଦେଶୀ
/sambad/media/post_attachments/wp-content/uploads/2019/05/jail-b.jpg)