ଲସ୍କର ଓ ଜୈଶର ହାମ୍‌ଲା ଧମକ ପରେ ଦିଲ୍ଲୀରେ ଲାଗିଲା ୧,୦୦୦ ଆଇପି-ଆଧାରିତ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ଅବସରରେ ଆତଙ୍କବାଦୀ ହାମ୍‌ଲା କରି ବାଧା ସୃଷ୍ଟି କରିବାର ଚେତାବନୀ ଦେଇ ଲସ୍କର-ଇ-ତୈବା ଓ ଜୈଶ୍‌-ଏ-ମହମ୍ମଦ ପରି ବିଭିନ୍ନ ଆତଙ୍କବାଦୀ ସଂଗଠନର ଧମକ ମଧ୍ୟରେ ଦିଲ୍ଲୀ ପୁଲିସ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ୧,୦୦୦ରୁ ଅଧିକ ଇଣ୍ଟରନେଟପ୍ରୋଟୋକଲ (ଆଇପି) ଆଧାରିତ ଉଚ୍ଚ କ୍ଷମତା ସଂପନ୍ନ ସିସିଟିଭି କ୍ୟାମେରା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି।

ଅଗଷ୍ଟ ୧୫ରେ ୭୫ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଲସ୍କର-ଇ-ତୈବା (ଏଲଇଟି) ଏବଂ ଜୈଶ-ଏ-ମହମ୍ମଦ (ଜେଇଏମ) ଦ୍ୱାରା ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ପାଇଁ ଗୁଇନ୍ଦା ବିଭାଗ (ଆଇବି) ଗୁରୁବାର ସତର୍କ ସୂଚନା ଜାରି କରିଛି।

ଆଇବିର ୧୦ ପୃଷ୍ଠା ବିଶିଷ୍ଟ ରିପୋର୍ଟରେ ନିକଟରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଉଲ୍ଲେଖ କରାଯାଇଛି, ଯିଏ ନିକଟରେ ଜାପାନରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏବଂ ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୫ରେ ଲାଲକିଲତଲା ମଧ୍ୟକୁ ପ୍ରବେଶ ପାଇଁ କଠୋର ପ୍ରବେଶ ନିୟମ ଲାଗୁ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଲାଲକିଲ୍ଲାରେ ମୋଟ ଆବଶ୍ୟକତା ମଧ୍ୟରୁ ଆଇପି-ଆଧାରିତ ୨-ମେଗାପିକ୍ସେଲର ୮୦ ପ୍ରତିଶତ ସିସିଟିଭି କ୍ୟାମେରା ଏବଂ ଆଇପି-ଆଧାରିତ ୪-ମେଗାପିକ୍ସେଲର ୨୦ ପ୍ରତିଶତ ସିସିଟିଭି କ୍ୟାମେରା ପ୍ରତ୍ୟେକ କୋଣରେ ଲଗାଯିବ।

ଆଇପି-ଆଧାରିତ ୪ ମେଗାପିକ୍ସେଲର ଏହି ୨୦ ପ୍ରତିଶତ ସିସିଟିଭି କ୍ୟାମେରା ରଣନୀତିକ ସ୍ଥାନରେ ଲଗାଯିବ ଯାହା ସଂସ୍ଥାପନା ସମୟରେ ସମ୍ପୃକ୍ତ ଡିସିପିଙ୍କ ଦ୍ୱାରା ସୂଚିତ କରାଯିବ ଏବଂ ବାକି ୮୦ ପ୍ରତିଶତ ସ୍ଥାନ ଆଇପି-ଆଧାରିତ ୨-ମେଗାପିକ୍ସେଲ ସିସିଟିଭି କ୍ୟାମେରା ଦ୍ୱାରା ଅନ୍ତର୍ଭୁକ୍ତ ହେବ। ଏହି କ୍ୟାମେରାଗୁଡିକ ନୂଆଦିଲ୍ଲୀ ଜିଲ୍ଲା, ଉତ୍ତର ଜିଲ୍ଲା, ଦକ୍ଷିଣ-ପୂର୍ବ, କେନ୍ଦ୍ରୀୟ ଜିଲ୍ଲା, ସୁରକ୍ଷା ୟୁନିଟ୍‌ ଏବଂ ଉତ୍ତର ପଶ୍ଚିମ ଜିଲ୍ଲାରେ ସ୍ଥାପିତ ହେବ। ଉତ୍ତର ଜିଲ୍ଲା ଏବଂ କେନ୍ଦ୍ରୀୟ ଜିଲ୍ଲାରେ ବହୁ ସଂଖ୍ୟକ କ୍ୟାମେରା ଲଗାଯିବ ଯାହା ଲାଲକିଲ୍ଲାର ପରିଧିକୁ ଆଚ୍ଛାଦନ କରିବ, ଏବଂ ଯେଉଁଠାରେ ସ୍ୱାଧୀନତା ଦିବସ ପାଳନ କରାଯିବ।

ଏହି ଆଇପି-ଆଧାରିତ ଉଚ୍ଚ କ୍ଷମତା ସଂପନ୍ନ କ୍ୟାମେରାରେ ମୁହଁ ଚିହ୍ନଟ, ଲୋକ ଗତିବିଧି ଚିହ୍ନଟ, ଟ୍ରିପ୍‌ ୱାୟାର, ଅଡିଓ ଚିହ୍ନଟକରଣ, ଅନୁପ୍ରବେଶ, ଡିଫୋକସ୍‌, ପରିତ୍ୟକ୍ତ/ନିଖୋଜ ବସ୍ତୁ ପରି ବୈଶିଷ୍ଟ୍ୟ ଗୁଡିକ ସହିତ ସଜ୍ଜିତ ହେବ। ଏବଂ ସ୍ଥାନଗୁଡିକର ପୂର୍ଣ୍ଣ ଏଚଡି ୧୦୮୦ପି ଲାଇଭ୍‌ ଦୃଶ୍ୟ ପ୍ରଦାନ କରିବ ଏହା ମୁହଁ ଚିହ୍ନଟକରଣ ସର୍ଭର ପାଇଁ ପ୍ରକୃତ-ସମୟ ଆଧାରରେ ଡାଟା ମଧ୍ୟ ଅଂଶୀଦାର କରିବ। ଉନ୍ନତ ଚିହ୍ନଟକରଣ ପାଇଁ, ଏହି କ୍ୟାମେରାଗୁଡିକ ଏକ ବିଲ୍‌ଟ-ଇନ୍‌ ୩୦ଏକ୍ସ ଅପ୍ଟଟକାଲ୍‌, ଅଟୋ-ଫୋକସ୍‌ ଜୁମ୍‌ ଲେନ୍‌ସ ଅନ୍ତର୍ଭୁକ୍ତ କରିବ, ଏବଂ ୧୨ଏକ୍ସ ଡିଜିଟାଲ୍‌ ଜୁମ୍‌ କ୍ଷମତା ରହିବ। କ୍ୟାମେରାରେ ଇନବିଲ୍‌ଟ ଇନଫ୍ରା ରେଡ୍‌ (ଆଇଆର) ରହିବ ଏବଂ ରାତିରେ ମଧ୍ୟ ସ୍ପଷ୍ଟ ଚିତ୍ର ପ୍ରଦାନ ସହ ୧୫୦ ମିଟର ପର୍ଯ୍ୟନ୍ତ ଦୂରତା କଭର୍‌ କରିବ।

ସମ୍ବନ୍ଧିତ ଖବର