୧୫ ଦିନରେ ମୁମ୍ବାଇକୁ ଆସିଛନ୍ତି ୧୦୦୦ ଆଫ୍ରିକୀୟ ଯାତ୍ରୀ, ମାତ୍ର ୧୦୦ ଜଣଙ୍କ ନମୁନା ପରୀକ୍ଷା ହୋଇଛି

ମୁମ୍ବାଇ : ଓମିକ୍ରନ ପାଇଁ କେନ୍ଦ୍ର ସରକାର କେତେକ ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଆଫ୍ରିକୀୟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସତ୍ତ୍ବେ ବି ସରକାରୀ ଅବହେଳା ପାଇଁ କେତେକ ଦକ୍ଷିଣ-ଆଫ୍ରିକା ଫେରନ୍ତା ଯାତ୍ରୀଙ୍କ ସମ୍ପର୍କରେ ତଥ୍ୟ ମିଳିପାରିନାହିଁ । ମୁମ୍ବାଇ ଏୟାରପୋର୍ଟ ଦେଇ ଗତ ୧୫ ଦିନରେ ବିଭିନ୍ନ ଆଫ୍ରିକୀୟ ଦେଶରୁ ପ୍ରାୟ ୧୦୦୦ ଯାତ୍ରୀ ଆସିଛନ୍ତି । କିନ୍ତୁ ବୃହତ୍ ମୁମ୍ବାଇ ମହାନଗର ପାଳିକା (ବିଏମସି) ପାଖରେ ମାତ୍ର ୪୬୬ ଜଣ ଯାତ୍ରୀଙ୍କ ତଥ୍ୟ ରହିଛି । ଅନ୍ୟମାନେ କୁଆଡେ ଗଲେ, ସେମାନେ ସଂକ୍ରମିତ କି ନା, ସେ ସମ୍ପର୍କରେ କେହି କିଛି ଜାଣିନାହାନ୍ତି ।

ବିଏମସି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ୪୬୬ ଯାତ୍ରୀଙ୍କ ମଧ୍ୟରୁ ବିଏମସି ପାଖରେ କେବଳ ୧୦୦ ଯାତ୍ରୀଙ୍କ ସ୍ବାବ ନମୁନା ରହିଛି । ଅର୍ଥାତ ଏହି ୪୬୬ ଯାତ୍ରୀଙ୍କ ମଧ୍ୟରୁ ୩୬୬ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇନାହିଁ । ପୁଣି ଉକ୍ତ ୧୦୦ ଯାତ୍ରୀ ମୁମ୍ବାଇର ଅଧିବାସୀ ହୋଇଥିବାବେଳେ ଅନ୍ୟମାନେ ଦେଶର ଅନ୍ୟ ଅଞ୍ଚଳର ଅଧିବାସୀ । ଏଣୁ ସେମାନଙ୍କ ମଧ୍ୟରୁ କେତେକ ଯାତ୍ରୀ ଓମିକ୍ରନ ଆକ୍ରାନ୍ତ ହେବା ଅସମ୍ଭବ ନୁହେଁ । ଏପରି ହେଲେ ସ୍ଥିତି ସଂଗୀନ ହେବା ଆଶଙ୍କା ଦେଖାଦେଇଛି ।

 

ସମ୍ବନ୍ଧିତ ଖବର