ନୂଆଦିଲ୍ଲୀ: ଗତ ବର୍ଷ ବସ୍ ମାର୍ଶଲ ପଦବୀରୁ ହଟାଯାଇଥିବା ପ୍ରାୟ ୧୦,୦୦୦ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀ (ସିଡିଭି)ଙ୍କୁ ଆସନ୍ତା ସପ୍ତାହରୁ ଚାରିମାସ ପାଇଁ କାମ କରିବାକୁ ଡକାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଘୋଷଣା କରିଛନ୍ତି। ଏହି ବସ୍ ମାର୍ଶଲ୍‌ମାନେ ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ସହାୟତା କରିବେ। ଏହି ପ୍ରସ୍ତାବକୁ ଦିଲ୍ଲୀ ସରକାର ଅନୁମୋଦନ କରିଛନ୍ତି।

Advertisment

ଆତିଶୀ କହିଛନ୍ତି  ସୋମବାର ଠାରୁ ସିଡିଭିମାନଙ୍କୁ କଲ୍ ଆଉଟ୍ ନୋଟିସ୍ ଦିଆଯିବ ଏବଂ ଏହା ପରେ ସେମାନେ ମଙ୍ଗଳବାର ଏବଂ ବୁଧବାର ଦିନ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ହୋଇପାରିବେ। ପଞ୍ଜୀକରଣର କିଛି ଦିନ ମଧ୍ୟରେ, ସେମାନେ ଅଳିଆ ଜଳିବା ଦ୍ୱାରା ପ୍ରଦୂଷଣ ହଟସ୍ପଟ୍, ଧୂଳି ଏବଂ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା କାର୍ଯ୍ୟରେ ନିୟୋଜିତ ହେବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୨୦୧୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରଙ୍କ ଦ୍ବାରା ସିଡିଭିଙ୍କୁ ବସ୍ ମାର୍ଶଲ ଭାବରେ ନିୟୋଜିତ କରାଯାଇଥିଲା। କିନ୍ତୁ ଅକ୍ଟୋବର ୨୦୨୩ରେ ବିଜେପି ଏହାକୁ ହଟାଇ ଦେଇଥିଲା। ସେ କହିଛନ୍ତି ଯେ ଏହି ଅପସାରିତ ବସ୍ ମାର୍ଶଲଙ୍କ ପାଇଁ ଆମ୍ ଆଦମୀ ପାର୍ଟି ଲଢ଼ିଛି ଏବଂ ବର୍ତ୍ତମାନ ସେମାନଙ୍କୁ କାମକୁ ପୁଣି ଫେରାଇ ଅଣାଯାଉଛି। 

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଲକଡାଉନ୍: ଏକ୍ୟୁଆଇ ସ୍ତର ଅଧିକ ଯୋଗୁ ସବୁ ଠପ୍

ଆତିଶୀ  କହିଛନ୍ତି, ସିଡିଭିଙ୍କୁ ନିୟମିତ କରିବା ପାଇଁ ଦିଲ୍ଲୀ ସରକାର ଖୁବ୍ ଶୀଘ୍ର ଏକ ପ୍ରସ୍ତାବ ପଠାଇବେ। ସେମାନଙ୍କର କାର୍ଯ୍ୟ ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ଥିବାରୁ ୧ ନଭେମ୍ବର ୨୦୨୩ରୁ ବସ୍ ମାର୍ଶଲ ଭାବରେ ସିଡିଭି ନିୟୋଜନ ଉପରେ ଅର୍ଥ ଏବଂ ରାଜସ୍ୱ ବିଭାଗ ଆପତ୍ତି କରିଥିଲେ। ମାତ୍ର ଏବେ ଆମେ ଲଢ଼ି ବିଜୟୀ ହୋଇଛୁ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଖଲିସ୍ତାନୀଙ୍କୁ ନେଇ ସତ୍ୟ ସ୍ବୀକାର କଲେ ଟ୍ରୁଡୋ